ଜାନୁଆରୀ ୨୮ରୁ ଖଣ୍ଡଗିରି ମେଳା ଆରମ୍ଭ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୨୮ରୁ ଖଣ୍ଡଗିରି ମେଳା ଆରମ୍ଭ ହେବ । ଏହି ମେଳା ଫେବୃଆରୀ ୧୦ରେ ଶେଷ ହେବ । ଏଥିସହିତ ଜାନୁଆରୀ ୩୦ରୁ ଫେବୃଆରୀ ୧୦ ପର୍ଯ୍ୟନ୍ତ ଯାତ୍ରା ଆୟୋଜିତ ହେବ । ଗୋଟିଏ ଦିନରେ ସର୍ବାଧିକ ୫ଟି ଯାତ୍ରା ପାର୍ଟିକୁ ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଇଛି । ଏନେଇ ବିଏମସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ସୂଚନାଯୋଗ୍ୟ, କରୋନା ଯୋଗୁ ଗତ ୨ ବର୍ଷ ଧରି ଖଣ୍ଡଗିରି ମେଳା ବନ୍ଦ ରହିଥିଲା । ଆଉ ଏଥର ସ୍ୱତନ୍ତ୍ର ଗାଇଡଲାଇନ ଅନୁସାରେ ମେଳା ଆୟୋଜନ କରାଯିବ ବୋଲି ଜଣାପଡ଼ିଛି ।