୨୦୨୪ ସୁଦ୍ଧା ଦେଶକୁ ନକ୍ସଲମୁକ୍ତ କରିବୁ: ଶାହ

ଛତିଶଗଡ଼: ୨୦୨୪ ନିର୍ବାଚନ ପୂର୍ବରୁ ଦେଶକୁ ନକ୍ସଲବାଦରୁ ମୁକ୍ତ କରିବୁ । ଛତିଶଗଡ଼ର କୋର୍ବାରେ ଆୟୋଜିତ ଏକ ସଭାରେ ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି । ଶାହ କହିଛନ୍ତି ଯେ, ୨୦୦୯ରେ ଦେଶରେ ମୋଟ ୨,୨୫୮ ନକ୍ସଲୀ କାର୍ଯ୍ୟକଳାପ ଘଟିଥିଲା । ୨୦୨୧ରେ ତାହା କମି କମି ୫୦୯ରେ ପହଞ୍ଚିଛି ।