ଆନ୍ତର୍ଜାତୀୟ ବିମାନଯାତ୍ରା କଟକଣା ୩୦ ନଭେମ୍ବର ଯାଏ ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: କରେନା ମହାମାରୀକୁ ନଜରରେ ରଖି ସରକାର ଭାରତକୁ ଆସୁଥିବା ଓ ଭାରତ ବାହାରକୁ ଯାଉଥିବା ଆନ୍ତର୍ଜାତୀୟ ବିମାନଯାତ୍ରା ଉପରେ ଲାଗୁ ରହିଥିବା କଟକଣାକୁ ୩୦ ନଭେମ୍ବର ଯାଏ ବୃଦ୍ଧି କରିଛନ୍ତି। ଆଜି ଏ ନେଇ ବେସାମରିକ ବିମାନସେବା ନିର୍ଦ୍ଦେଶାଳୟ (ଡିଜିସିଏ) ଟ୍ୱିଟ୍ କରି ସୂଚନା ଦେଇଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ଡିଜିସିଏ କଟକଣାକୁ ୩୧ ଅକ୍ଟେବାର ଯାଏ ବୃଦ୍ଧି କରିଥିଲା।