ଋଷ ବଜାରରେ ଖୋଲିବ ଭାରତୀୟ ଷ୍ଟୋର୍‌

ନୂଆଦିଲ୍ଲୀ,ଏଜେନ୍ସି: ବ୍ରିକ୍ସ ବାଣିଜ୍ୟ ମଞ୍ଚରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବ୍ରିକ୍ସ ଦେଶ ସହ ବାଣିଜ୍ୟ ସମ୍ପର୍କକୁ ବଢାଇବା ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି ବର୍ଷର ପ୍ରଥମ ୩ ମାସରେ ଋଷ ଏବଂ ବ୍ରିକ୍ସ ଦେଶ ମଧ୍ୟରେ ବ୍ୟବସାୟ ୩୮ ପ୍ରତିଶତ ବୃଦ୍ଧି ପାଇ ୪୫ ବିଲିୟନ ଡଲାରରେ ପହଞ୍ଚିଛି। ଋଷ ନିକଟ ଅତୀତରେ ରେକର୍ଡ ତେଲ ସପ୍ଲାଇ କରିଛି।

ଉଲ୍ଲେଖଯୋଗ୍ୟ ଯେ, ଫେବୃଆରୀ ୨୪ରେ ୟୁକ୍ରେନ ଉପରେ ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶ ଗୁଡିକ ଋଷ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ମସ୍କୋ ଏବଂ ନୂଆଦିଲ୍ଲୀ ଋଷରେ ଭାରତୀୟ ସୁପରମାର୍କେଟ ଖୋଲିବା ଉପରେ ଆଲୋଚନା କରୁଛନ୍ତି। ତେବେ କେଉଁ ଭାରତୀୟ ଷ୍ଟୋରର ଚେନ୍ ଋଷରେ ଖୋଲାଯିବା ତାହା ସ୍ପଷ୍ଟ କରାଯାଇନାହିଁ। ପୁଟିନ କହିଛନ୍ତି ବ୍ରିକ୍ସ ଦେଶ ଗୁଡିକରେ ଋଷର ଉପସ୍ଥିତି ବୃଦ୍ଧି ପାଉଛି। ଚୀନ ଏବଂ ଭାରତକୁ ଋଷ ତେଲ ରପ୍ତାନୀ ବୃଦ୍ଧି ପାଇଛି।