ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଉ୧୭୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪୮ଜଣ ଓ ସ୍ଥାନୀୟ ସଂକ୍ରମଣ ୧୨୫ଜଣ ରହିଛନ୍ତି। ଅନ୍ୟପଟେ ୨୫୮ଜଣ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଆଜି ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଆଜିର ୧୭୩ ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୬ହଜାର ୭୩୨ ହୋଇଥିବାବେଳେ ୧ଲକ୍ଷ ୨ହଜାର ୪୬୨ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୯୯୪ଜଣଙ୍କର ମୃତ୍ୟୁ ଘଟିଛି ଓ ୩,୨୫୫ଜଣ ଚିକିତ୍ସିତ ହେଉଛନ୍ତି।