ରସୁଲଗଡ଼ସ୍ଥିତ ଗୁଞ୍ଜନ ଆପାର୍ଟମେଣ୍ଟ ବ୍ଲକ-ବି ଅବରୋଧ ଅଞ୍ଚଳ

  • ଭୁବନେଶ୍ୱର: କରୋନା ସଂକ୍ରମଣ ମାମଲା ବଢିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ରସୁଲଗଡ଼ ଛକ ନିକଟସ୍ଥ ଗୁଞ୍ଜନ ଆପାର୍ଟମେଣ୍ଟର ବ୍ଲକ-ବିକୁ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି। ଅବରୋଧ ଅଂଚଳ ଘୋଷଣା ପରେ ଏହି ଆପାର୍ଟମେଣ୍ଟର ବ୍ଲକ-ବିରେ ରହୁଥିବା ଲୋକେ ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାର ଲୋକ ଆପାର୍ଟମେଣ୍ଟକୁ ଯାଇପାରିବେ ନାହିଁ।
    ତେବେ ଆପାର୍ଟମେଣ୍ଟବାସୀଙ୍କ ପାଇଁ ବିଏମସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଆପାର୍ଟମେଣ୍ଟର ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ୱାର୍ଡ ନଂ. ୩୧ର ୱାର୍ଡ ଅଫିସର ପ୍ରଫୁଲ୍ଲ ସ୍ୱାଇଁ ଓ ୱାର୍ଡ ନଂ. ୩୩ର ୱାର୍ଡ ଅଫିସର ଅମୀୟ ସ୍ୱାଇଁଙ୍କୁ ଯୋଗାଯୋଗ କରିପାରିବେ। ସେହିପରି ଡାକ୍ତରୀ ସମ୍ପର୍କିତ ଆବଶ୍ୟକତା ପାଇଁ ଡ. ଜ୍ୟୋତିର୍ମୟୀ ଜେନାଙ୍କୁ ଯୋଗଯୋଗ କରିପାରିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି।