ଆରଟିଆଇ ଅଧୀନରେ ଆସିବ ୟୁପିର ସମସ୍ତ ଘରୋଇ ସ୍କୁଲ

  • ଲକ୍ଷେ୍ନø: ଉତ୍ତରପ୍ରଦେଶର ସମସ୍ତ ଘରୋଇ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ସୂଚନା ଅଧିକାର ଆଇନ (ଆରଟିଆଇ) ୨୦୦୫ ଅଧୀନରେ ରହିବେ ଏବଂ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ଆରଟିଆଇରେ ଖୋଜୁଥିବା ସୂଚନା ପ୍ରଦାନ କରିବାକୁ ପଡିବ।
    ରାଜ୍ୟ ସୂଚନା ଆୟୋଗ (ସିଆରସିସି) ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସୂଚନା କମିଶନର ପ୍ରମୋଦ କୁମାର ତିୱାରୀ ତାଙ୍କ ନିର୍ଦ୍ଦେଶରେ ଘରୋଇ ବିଦ୍ୟାଳୟରେ ଜନ ସୂଚନା ଅଧିକାରୀ ନିଯୁକ୍ତ କରିବାକୁ କହିଛନ୍ତି। ସେ କହିଛନ୍ତି ଯେ, ଅଣସଂରକ୍ଷିତ ଘରୋଇ ବିଦ୍ୟାଳୟଗୁଡ଼ିକ ଆରଟିଆଇ ଅଧିନିୟମ ଅଧୀନରେ ରହିବା ଉଚିତ। ଏହା କିଛି ସମୟ ଧରି ବିତର୍କର ବିଷୟ ହୋଇଆସୁଛି।
    ଲକ୍ଷେ୍ନøର ଦୁଇଟି ଖ୍ୟାତିସମ୍ପନ୍ନ ବେସରକାରୀ ବିଦ୍ୟାଳୟ ସମ୍ପର୍କରେ ସଞ୍ଜୟ ଶର୍ମାଙ୍କ ପିଟିସନ ପରେ ସିଆରସିସି ମୁଖ୍ୟ ଶାସନ ସଚିବଙ୍କୁ ଆରଟିଆଇ ଆକ୍ଟ, ୨୦୦୫ ଅଧୀନରେ ଜନସାଧାରଣଙ୍କୁ ସୂଚନା ଯୋଗାଇବାରେ ସହଜ କରିବାକୁ କହିଥିଲେ। ହେଲେ ବେସରକାରୀ ବିଦ୍ୟାଳୟଗୁଡ଼ିକ ରାଜ୍ୟରୁ କୌଣସି ସାହାଯ୍ୟ ପାଇନଥିବା ଆରଟିଆଇ ଅଧୀନରେ ସୂଚନା ଦେଇନାହାନ୍ତି।
    ତେବେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ସହର ବିକାଶ କର୍ତ୍ତୃପକ୍ଷ ସବସିଡି ହାରରେ ଏକ ଘରୋଇ ବିଦ୍ୟାଳୟକୁ ଜମି ଦିଅନ୍ତି, ତେବେ ଏହି ବିଦ୍ୟାଳୟକୁ ରାଜ୍ୟ ସହାୟକ ବିଦ୍ୟାଳୟଭାବେ ଗ୍ରହଣ କରାଯିବ। ସିଆଇସି ଏହା ମଧ୍ୟ କହିଛି ଯେ ଜିଲ୍ଲା ଶିକ୍ଷାଧିକାରୀ ଆବେଦନକାରୀଙ୍କୁ ଫର୍ମରେ ଖୋଜୁଥିବା ସମସ୍ତ ତଥ୍ୟ ପ୍ରଦାନ କରିବାକୁ ବାଧ୍ୟ।