ଗୁଗଲ୍‌କୁ ୧୫୦ ମିଲିୟନ୍ ୟୁରୋ ଜୋରିମାନା

ପ୍ୟାରିସ୍‌,ଏଜେନ୍ସି: ଫ୍ରାନ୍ସର ନ୍ୟାସ୍‌ନାଲ୍ କମିଶନ୍ ଅନ୍ ଇନଫର୍ମେଟିକ୍ସ ଆଣ୍ଡ୍ ଲିବର୍ଟୀ (ସିଏନ୍‌ଆଇଏଲ୍‌) ଗୁଗଲ ଉପରେ ୧୫୦ ମିଲିୟନ୍ ୟୁରୋ ପାଖାପାଖି ୧୬୯ ମିଲିୟନ୍ ୟୁଏସ୍ ଡଲାର୍ ଜୋରିମାନା ଲାଗୁ କରିଛି। ଇଣ୍ଟର୍‌ନେଟ୍ ବ୍ୟବହାରକାରୀଙ୍କ ପାଇଁ ଅନ୍‌ଲାଇନ୍ ଟ୍ରାକର୍ କୁକିଜ୍‌କୁ ରିଫ୍ୟୁଜ୍ କରିବାରେ ଅସୁବିଧା ହେବାର ଅଭିଯୋଗରେ ଏହି ଜୋରିମାନା ଲାଗୁ କରିଛି ସିଏନ୍‌ଆଇଏଲ୍।

ଅପରପକ୍ଷରେ ମେଟା ପ୍ଲାଟ୍‌ଫର୍ମ ଫେସ୍‌ବୁକ୍ ଉପରେ ମଧ୍ୟ ୬୦ ମିଲିୟନ୍ ୟୁରୋ ଜୋରିମାନା କରାଯାଇଛି ବୋଲି ସିଏନ୍‌ଆଇଏଲ୍ ସୂଚନା ଦେଇଛି। ଗୁଗୁଲ୍‌, ୟୁଟ୍ୟୁବ୍ ଓ ଫେସ୍‌ବୁକ୍‌ରେ ବ୍ୟବହାରକାରୀମାନେ ସହଜରେ କୁକିଜ୍‌କୁ ରିଫ୍ୟୁଜ୍ କରିପାରୁନାହାନ୍ତି ବୋଲି ଏହି ଜୋରିମାନା ଲାଗୁ କରାଯାଇଛି।