ଏସଟିଏଫ ଓ ବନବିଭାଗ ମିଳିତ ଚଢ଼ଉ, ପଞ୍ଝାରେ ବନ୍ୟଜନ୍ତୁ ତସ୍କର

ଦେବଗଡ଼,ଏନ୍ଏନ୍ଏସ୍: ସ୍ପେଶାଲ ଟାକ୍ସ ଫୋର୍ସ ଓ ବନ ବିଭାଗ ପଞ୍ଝାରେ ବନ୍ୟ ଜନ୍ତୁ ଶିକାରୀ। ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବେଆଇନ ବନ୍ୟ ଜନ୍ତୁ ଶିକାର ହେବ ସହ ବନ୍ୟ ଜନ୍ତୁ ଅଙ୍ଗ ପ୍ରତ୍ୟଙ୍ଗ ଚାଲାଣ ହେଉଥିବା ସୂଚନା ପାଇ ଗତକାଲି ସନ୍ଧ୍ୟାରେ ଏସଟିଏଫ ଏବଂ ଦେବଗଡ଼ ବନ ବିଭାଗ ମିଳିତ ଭାବେ ତିଳେଇବଣି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବରଘାଟ ଗ୍ରାମରେ ଚଢ଼ଉ କରିଥିଲା।

ସେଠାରୁ ମଦନ ଜୟପୁରିଆ ନାମକ ଜଣେ ଶିକାରୀକୁ ଗିରଫ କରିଥିବା ବେଳେ ତା ନିକଟରୁ ଗୋଟିଏ କଲରା ପତରିଆ ବାଘଛାଲ, ଗୋଟିଏ ହାତୀ ଦାନ୍ତ ଓ ୧୭ ଶହ ୭୦ ଗ୍ରାମ ଓଜନର ବଜ୍ରକାପ୍ତା କାତି ଜବତ ହୋଇଛି। ଦେବଗଡ଼ ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସୋ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପଚରା ଉଚୁରା ବେଳେ ମଦନ ଜନ୍ତୁ ଶିକାର କରୁଥିବା ସ୍ୱୀକାର କରିଥିବା ବେଳେ ଏହି ଘଟଣା ପଛରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ବନ ବିଭାଗ ତଦନ୍ତ ଜାରି ରଖିଛି।