ସୁନାର ଦ୍ୱୀପ

ବ୍ୟୁରୋ: ଇଣ୍ଡୋନେସିଆର ମାଛ ଧରାଳିମାନେ ସୁମାତ୍ରା ଦ୍ୱୀପରେ ୭୦୦ ବର୍ଷରୁ ଅଦୃଶ୍ୟ ହୋଇଯାଇଥିବା ଏକ ଦ୍ୱୀପର ଅନ୍ୱେଷଣ କରିଛନ୍ତି। ଏହା କଳ୍ପନା କରାଯାଇଥିବା ଇଣ୍ଡୋନେସିଆର ଏକ ସାମ୍ରାଜ୍ୟ ଯାହାକୁ ସୁନାର ଦ୍ୱୀପ ବୋଲି କୁହାଯାଉଥିଲା। କିଛି ମାଛ ଧରାଳି ବିଗତ ପାଞ୍ଚ ବର୍ଷ ହେଲା ପାଲେମବାଙ୍ଗ ପାର୍ଶ୍ୱରେ କୁମ୍ଭୀର ଦ୍ୱାରା ପ୍ରଭାବିତ ମୁସୀ ନଦୀକୁ ପରିଷ୍କାର କରିବା କାର୍ଯ୍ୟ କରୁଥିଲେ। ଏହି ସମୟ ଭିତରେ ଦାମୀ ରତ୍ନ, ସୁନା ମୁଦି, କଏନ୍ ଓ କାଂସ୍ୟ ନିର୍ମିତ ଘଣ୍ଟି ଆଦି ମୂଲ୍ୟବାନ ସାମଗ୍ରୀ ପାଇଥିଲେ। ଏହା ବ୍ୟତୀତ ଅଷ୍ଟାଦଶ ଶତାବ୍ଦୀର ଗହଣା ଦ୍ୱାରା ସଜ୍ଜିତ ଭଗବାନ ବୁଦ୍ଧଙ୍କ ମୂର୍ତ୍ତି ମିଳିଛି ଯାହାର ଦାମ୍ ଲକ୍ଷାଧିକ ପାଉଣ୍ଡ ହେବ।

ମାଛ ଧରାଳିମାନଙ୍କୁ ମିଳିଥିବା ଏହି କଳାକୃତିଗୁଡ଼ିକ ଶ୍ରୀବିଜୟ ସଭ୍ୟତା ସମୟର ବୋଲି କୁହାଯାଉଛି। ଏହି ସଭ୍ୟତା ସପ୍ତଦଶ ଓ ତ୍ରୟୋଦଶ ଶତାବ୍ଦୀ ମଧ୍ୟରେ ଏକ ଶକ୍ତିଶାଳୀ ସାମ୍ରାଜ୍ୟ ଥିଲା। ସୁନାର ଦ୍ୱୀପରେ ଏହି ସଭ୍ୟତା ସୃଷ୍ଟି ହୋଇଥିଲା। କିନ୍ତୁ ଏକ ଶତାବ୍ଦୀ ପରେ ରହସ୍ୟମୟ ଭାବରେ ଏହି ସଭ୍ୟତା ଲୋପ ପାଇଯାଇଥିଲା। ତେବେ ସୁମାତ୍ରାକୁ ପ୍ରାଚୀନ କାଳରେ ‘ସୁନାର ଦ୍ୱୀପ’ ବୋଲି କୁହାଯାଏ। କାରଣ ଏହା ସୁନାର ଭଣ୍ଡାର ଓ ପ୍ରାକୃତିକ ସଂସାଧନଗୁଡ଼ିକ ପାଇଁ ସମୃଦ୍ଧ ଥିଲା ଓ ଦକ୍ଷିଣ-ପୂର୍ବ ଏସିଆରେ ବ୍ୟାପାର ପାଇଁ ଆଗମନର ଏହା ପ୍ରାରମ୍ଭିକ ବିନ୍ଦୁ ଥିଲା।

ଏହି ସାମ୍ରାଜ୍ୟର ଜନସଂଖ୍ୟା କେତେ ଥିଲା ତାହା କହିହେବ ନାହିଁ। ଜଣେ ପୁରାତତ୍ତ୍ୱବିତଙ୍କ ଅନୁସାରେ ଶ୍ରୀବିଜୟ ସାମ୍ରାଜ୍ୟ ପୃଥିବୀର ଶେଷ ଶକ୍ତିଶାଳୀ ସାମ୍ରାଜ୍ୟ ହୋଇପାରେ ଯାହା ବିଲୁପ୍ତ ହୋଇଯାଇଛି। ଏହା ଏବେ ଇଣ୍ଡୋନେସିଆ ଭାବରେ ପରିଚିତ। କିନ୍ତୁ ମୁଖ୍ୟ ଭାବରେ ଏହା ସୁମାତ୍ରା ଦ୍ୱୀପର ପାଲେମବାଙ୍ଗରେ ଉତ୍ପତ୍ତି ହୋଇଥିଲା।