ଜନ୍ମଦିନରେ ସିଦ୍ଧିବିନାୟକ ମନ୍ଦିର ପହଞ୍ଚିଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡର ଚକୋଲେଟ ବୟ କାର୍ତ୍ତିକ ଆରୟନ ଆଜି ୩୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । କାର୍ତ୍ତିକ ତାଙ୍କ ଜନ୍ମଦିନ ଅବସରରେ ସିଦ୍ଧିବିନାୟକ ମନ୍ଦିର ପହଞ୍ଚି ଭଗବାନଙ୍କ ଆର୍ଶୀବାଦ ନେଇଛନ୍ତି । ମନ୍ଦିରରୁ ବାହାରକୁ ଆସିବା ସମୟରେ କାର୍ତ୍ତକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ କାର୍ତ୍ତିକ ନୀଳ ରଙ୍ଗର କୁର୍ତ୍ତା ଓ ଧଳା ରଙ୍ଗର ପାଇଜାମା ପିନ୍ଧିଥବା ଦେଖିବାକୁ ମିଳିଛି । ଏହି ସମୟରେ କାର୍ତ୍ତିକ ତାଙ୍କ ଫ୍ୟାନଙ୍କୁ ଖୁବ ଉତ୍ସାହର ସହକାରେ ଭେଟିବା ସହ ସେଲ୍ଫି ମଧ୍ୟ ଉଠାଇଥିଲେ ।

କାର୍ତ୍ତିକ ଆରୟନ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଉକ୍ତ ଫଟୋରେ ସେ ତାଙ୍କ ଘରର ଖାସ୍ ସଦସ୍ୟ କଟୋରୀ ଓ କେକ୍ ସହ ନଜର ଆସୁଛନ୍ତି ।