ମରୁଭୂମିରେ ଥିଏଟର୍

ବ୍ୟୁରୋ: ମଣିଷର କାରିଗରୀ ବି ବେଳେ ବେଳେ ଅଦ୍ଭୁତ ମନେ ହୁଏ। ପ୍ରାଚୀନ କାଳରୁ ମଣିଷ ଏପରି ଅନେକ ଅଟ୍ଟାଳିକାର ନିର୍ମାଣ କରିଆସୁଛି ଯାହା ଆଜିର ସମୟରେ ମଧ୍ୟ ରହସ୍ୟ ଘେରରେ ରହିଛି। ସେହିପରି ମରୁଭୂମିରେ ରହସ୍ୟ ଘେରରେ ଏକ ସ୍ଥାନ ରହିଛି ଯାହା ମୁଭି ଥିଏଟର ନାମରେ ପରିଚିତ। ଏହା ମରୁଭୂମିର ମଝିରେ ତିଆରି ହୋଇଛି। ମିସ୍ରର ପ୍ରାୟଦ୍ୱୀପର ଦକ୍ଷିଣରେ ଏକ ମରୁଭୂମି ରହିଛି। ସେଠାରେ ଥିବା ପର୍ବତ ଶୃଙ୍ଖଳା ପାର୍ଶ୍ୱରେ ଏହି ମୁଭି ଥିଏଟର୍ ତିଆରି ହୋଇଥିଲା। ଏହି ଥିଏଟରର ଦୃଶ୍ୟ ଦେଖିଲେ ଅଜବ ମନେ ହୋଇପାରେ। ମନରେ ପ୍ରଶ୍ନ ଆସିପାରେ ଯେ ଏହି ଥିଏଟର୍ କିପରି ଏହି ସ୍ଥାନରେ ତିଆରି ହୋଇଥିଲା ଯେଉଁଠାରେ ଆଜି ପର୍ଯ୍ୟନ୍ତ କୌଣସି ଫିଲ୍ମ ଚାଲିନାହିଁ।

ମରୁଭୂମିର ମଝି ସ୍ଥାନରେ ଶହ ଶହ ଚେୟାର୍ ପଡ଼ିଛି। ଶହ ଶହ ବର୍ଷ ହେଲା ଏହି ମୁଭି ଥିଏଟର ଭଗ୍ନ ଅବସ୍ଥାରେ ରହିଛି। ଏହା କିନ୍ତୁ ବର୍ତ୍ତମାନ ପର୍ଯ୍ୟଟନର ଏକ କେନ୍ଦ୍ରବିନ୍ଦୁ ହୋଇ ଗଲାଣି। ତେବେ ଫ୍ରାନ୍ସର ଜଣେ ବ୍ୟକ୍ତି ଏହି ମୁଭି ଥିଏଟରକୁ ତିଆରି କରିଥିବା ବିଷୟରେ କୁହାଯାଉଛି। ସେ ବ୍ୟକ୍ତି ଭାଙ୍ଗ ପିଇବାକୁ ପସନ୍ଦ କରୁଥିଲେ। ତାଙ୍କ ପାଖରେ ଅର୍ଥର ଅଭାବ ନଥିଲା। କୁହାଯାଏ ଯେ ବ୍ୟକ୍ତି ଜଣକ ସାଙ୍ଗମାନଙ୍କ ସହିତ ସିନାଈ ମରୁଭୂମି ଭ୍ରମଣ କରିବାକୁ ଯାଇଥିବା ସମୟରେ ସିନେମାଘରର ପୂରା ଜିନିଷ ନେଇ ଯାଇଥିଲେ। କାହିରାରୁ ଅନେକ ପୁରୁଣା ସିଟ୍, ଏକ ପୁରୁଣା ଜେନେରେଟର ଓ ବିଶାଳ ସ୍କ୍ରିନ ଆଣି ଲଗାଇଥିଲେ। ସେ ବ୍ୟକ୍ତି ଜଣକ ମରୁଭୂମିର ସେହି ସ୍ଥାନକୁ ଥିଏଟରରେ ପରିବର୍ତ୍ତିତ କରାଇବା ପରେ ରାତି ହେବା ପାଇଁ ଅପେକ୍ଷା କରିଥିଲେ। କିନ୍ତୁ ଏପରି ହୋଇ ପାରି ନଥିଲା। କାରଣ ସ୍ଥାନୀୟ ଲୋକମାନଙ୍କୁ ସେ ବ୍ୟକ୍ତିଙ୍କର ସିନେମା ଘରର ଆଇଡିଆ ଭଲ ଲାଗି ନଥିଲା।