ପ୍ରଥମଥର ପାଇଁ ବିଧାୟକ ହୋଇଥିବା ଭଜନଲାଲ ଶର୍ମାଙ୍କ ହାତରେ ରାଜସ୍ଥାନ

ରାଜସ୍ଥାନ: ବହୁ କଳ୍ପନା ଜଳ୍ପନା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ନାଁ ଉପରୁ ପରଦା ଉଠିଛି । ପ୍ରଥମଥର ପାଇଁ ବିଧାୟକ ହୋଇଥିବା ଭଜନଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଳ ପକ୍ଷରୁ ଚୟନ କରାଯାଇଛି । ଭଜନଲାଲ ଶର୍ମା ସଙ୍ଗାନେର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଜୟପୁରରେ ହୋଇଥିବା ବିଜେପି ବିଧାୟକ ଦଳର ବୈଠକ ପରେ ଭଜନଲାଲଙ୍କ ନାଁ ଉପରେ ମୋହର ଲାଗିଛି ।