ଫାଇନାଲ ପୂର୍ବରୁ ଖେଳାଳିଙ୍କ ପାଇଁ ସାବରମତୀ ନଦୀ କୂଳରେ ଡିନର ବ୍ୟବସ୍ଥା

ଗୁଜରାଟ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଫାଇନାଲ ମୁକାବିଲା ଖେଳାଯିବ । କିନ୍ତୁ ଏହି ମ୍ୟାଚ ପୂର୍ବରୁ ଉଭୟ ଟିମକୁ ଏକ ଖାସ୍ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ ମିଳିଛି । ଉଭୟ ଟିମ ସାବରମତୀ ନଦୀରେ ନିର୍ମାଣ ହୋଇଥିବା ରିଭର କ୍ରୁଜରେ ରାତ୍ରି ଭୋଜନ କରିବେ । ମେନ୍ୟୁରେ ଗୁଜରାଟୀ ଖାଦ୍ୟକୁ ସାମିଲ କରାଯିବ । ଏହାବ୍ୟତୀତ ଖେଳାଳି ଅଟଲ ଫୁଟ ଓ ଓଭର ବ୍ରିଜକୁ ମଧ୍ୟ ବୁଲିବାକୁ ଯିବେ । ଭାରତୀୟ କ୍ରିକେଟ ବୋର୍ଡ ଏବଂ ଗୁଜରାଟ କ୍ରିକେଟ ଆସୋସିଏସନ ଫାଇନାଲ ମୁକାବିଲାକୁ ଖାସ୍ କରିବା ପ୍ରସ୍ତୁତିରେ ଲାଗି ପଡ଼ିଛି ।