ସୁନା ଓ ରୁପା ଦର ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: ଯୁଦ୍ଧର ପ୍ରଭାବ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଛି। ପୁଞ୍ଜିବଜାର ସହିତ ଧାତୁ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖାଯାଇଛି। ଆଜି ଦେଶରେ ସୁନା ଦର ବୃଦ୍ଧି ପାଇ ୫୩ ହଜାର ପ୍ରତି ୧୦ ଗ୍ରାମ୍ ଅତିକ୍ରମ କରିଛି।

ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜ୍ୱେଲର୍ସ ଆସୋସିଏସନ୍ (ଆଇବିଜେଏ)ର ୱେବ୍‌ସାଇଟ୍‌ରେ ଉପଲବ୍‌ଧ ତଥ୍ୟ ଅନୁସାରେ ସୁନା ଦର ପାଖାପାଖି ୧୪୫୦ ଟଙ୍କା ବୃଦ୍ଧି ପାଇ ୫୩,୨୩୪ ଟଙ୍କାରେ ପହଞ୍ଚିଛି। ଅପରପକ୍ଷରେ ରୁପା ଦର ମଧ୍ୟ ୭୦ ହଜାର ପ୍ରତି କିଲୋଗ୍ରାମ୍ ଅତିକ୍ରମ କରିଛି। ଆଗାମୀ ସମୟରେ ରୁପା ଦର ୮୦ ହଜାର ଟଙ୍କା ପ୍ରତି କିଲୋଗ୍ରାମ ପହଞ୍ଚିବାର ସମ୍ଭାବନା ରହିଛି।