ଡା. ଅଗ୍ରୱାଲ୍‌ସ ଚକ୍ଷୁ ହସ୍‌ପିଟାଲ୍‌ରେ ମହିଳାଙ୍କ ପାଇଁ ମାଗଣା ଚେକ୍‌ଅପ୍

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ, ଡା. ଅଗ୍ରୱାଲ୍‌ସ ଚକ୍ଷୁ ହସ୍‌ପିଟାଲ୍‌, ଯାହାକି ଭାରତର ଚକ୍ଷୁ ହସ୍‌ପିଟାଲର ଏକ ସର୍ବବୃହତ୍ ନେଟୱର୍କ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ଏହାର ଓଡ଼ିଶାର ସମସ୍ତ ଶାଖାରେ ସବୁ ବୟସର ମହିଳାଙ୍କ ପାଇଁ ମାଗଣା ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମର ପରିଚାଳନା କରୁଛନ୍ତି।

ପଞ୍ଜୀକରଣ ପାଇଁ ୯୬୧୯୩୨୦୯୭୧ ନମ୍ବରରେ ଯୋଗାଯୋଗ କରିବାକୁ ହସ୍ପିଟାଲ୍ ତରଫରୁ କୁହାଯାଇଛି। ବୟସ ସମ୍ପର୍କିତ ମାକୁଲାର ଅବକ୍ଷୟ, ଅଟୋଇମ୍ୟୁନ ରୋଗର ଚକ୍ଷୁଜନିତ ସମସ୍ୟା, ମୋତିଆ ବିନ୍ଦୁ, ଶୁଷ୍କ ଆଖି, ଗ୍ଲକୋମା, ସ୍ୱଳ୍ପ ଦୃଷ୍ଟି ଶକ୍ତି, ଥାଇରଏଡ୍ ଚକ୍ଷୁ ରୋଗ ଓ ରିଫ୍ରାକଟିଭ୍ ତ୍ରୁଟି ଆଦି ପରୀକ୍ଷା କରାଯାଉଛି।