ମାର୍ଚ୍ଚ ୨୫ରୁ ବଜେଟ ଅଧିବେସନ ଆରମ୍ଭ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମାର୍ଚ୍ଚ ୨୫ରୁ ବିଧାନସଭା ବଜେଟ ଅଧିବେସନ ଅନୁଷ୍ଠିତ ହେବ । ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଅଧିବେସନ ଆରମ୍ଭ ହେବ । ମାର୍ଚ୍ଚ ୩୦ରେ ରାଜ୍ୟ ବଜେଟ ଉପସ୍ଥାପନ ହେବ । ଏଥିସହିତ ମାର୍ଚ୍ଚ ୩୧ରେ ବଜେଟ ଅଧିବେସନ ଶେଷ ହେବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ପ୍ରଦାନ କରିଛନ୍ତି ।