ପ୍ରତି ଶନିବାର ଇଲେକଟ୍ରୋନିକ ଓ ବିପଜ୍ଜନକ ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବ

  • ଭୁବନେଶ୍ୱର: ଏଣିକି ପ୍ରତି ଶନିବାର ଇଲେକଟ୍ରୋନିକ୍ସ ଏବଂ ବିପଜ୍ଜନକ ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବ। ଏ ନେଇ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ସମସ୍ତ ଅର୍ବାନ ଲୋକାଲ୍ ବଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ଦିନଗୁଡ଼ିକରେ କୌଣସି ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବ ନାହିଁ। ତେବେ ଶୁଖିଲା ଏବଂ ଓଦା ଉଭୟ ବର୍ଜ୍ୟବସ୍ତୁ ଶନିବାର ବ୍ୟତୀତ ଅନ୍ୟ ଦିନ ସଂଗ୍ରହ କରାଯିବ। ଏ ନେଇ ସଚେତନ କରାଯାଇଛି । ଡାକବାଜି ଯନ୍ତ୍ରରେ ଘୋଷଣା କରାଯିବା ସହ ବ୍ୟାନର ସାହାଯ୍ୟରେ ଏ ବିଷୟରେ ଲୋକଙ୍କୁ ଅବଗତ କରାଯାଉଛି। ଏଥିସହିତ ୱାଲ୍ ପେଣ୍ଟିଂ, ବିଭିନ୍ନ ମିଡିଆରେ ଏନେଇ ପ୍ରଚାର କରିବା ସହ ଲୋକଙ୍କୁ ସଚେତନ କରାଯାଉଛି।