ସେପ୍ଟେମ୍ବର ୬ରୁ ଓଜେଇଇ

  • ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। ୧୮ ତାରିଖରେ ପରୀକ୍ଷା ଶେଷ ହେବ। ପ୍ରତିଦିନ ୩ଟି ସିଫ୍ଟରେ ସିବିଟି ମୋଡରେ ପରୀକ୍ଷା ହେବା ନେଇ ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତ ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ। ପରୀକ୍ଷା ସମୟରେ କୋଭିଡ ଗାଇଡଲାଇନକୁ କଡ଼ାକଡ଼ିଭାବେ ପାଳନ କରାଯିବା ସହ ମାସ୍କ, ସାନିଟାଇଜ ଏବଂ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ। ଛାତ୍ରଛାତ୍ରୀ ଓ ଅଭିଭାବକମାନେ ୱେବସାଇଟରୁ ଏହି ତଥ୍ୟ ପାଇପାରିବେ ବୋଲି ଶ୍ରୀ ଚାନ୍ଦ ସୂଚନା ଦେଇଛନ୍ତି।