Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଧାମନଗର ଉପନିର୍ବାଚନ: ଭୋଟରଙ୍କୁ ପ୍ରଲୋଭନ କଲେ କାର୍ଯ୍ୟାନୁଷ୍ଠାନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଧାମନଗର ଉପନିର୍ବାଚନ: ଭୋଟରଙ୍କୁ ପ୍ରଲୋଭନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର,ଏନ୍ଏନ୍ଏସ୍: ଧାମନଗର ଉପନିର୍ବାଚନକୁ ନେଇ ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରମୁଖ ରାଜନୈତିକ ଲାଗି ଧାମନଗର ଉପନିର୍ବାଚନ କର ବା ମର ସ୍ଥିତି ସୃଷ୍ଟି ହୋଇଛି । ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ ବିଭିନ୍ନ ରାଜନୈତିକ ଦଳ ବିରୋଧରେ ଆସିଛି ଅନେକ ଅଭିଯୋଗ । ଭୋଟରଙ୍କୁ ପ୍ରଲୋଭିତ ଓ ଆଦର୍ଶ ଆଚରଣ ବିଧି ଉଲଘଂନ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରେସମିଟରେ ଚେତାବନୀ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ।

ସିଇଓ ସୂଚନା ଦେଇଛନ୍ତି ଯେ, ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ଲାଞ୍ଚ ଦେବା ଓ ଭୋଟରଙ୍କୁ ପ୍ରଭାବିତ କରିବା ମୁକ୍ତ ନିର୍ବାଚନର ପରିପନ୍ଥି ନୁହେଁ । ଭୋଟରକୁ ପ୍ରଲୋଭିତ କରିବା, ଭୋଟ ପାଇଁ ଧମକାଇବା ଭଳି ଅଭିଯୋଗ ଆସିଛି । ଭୋଟରକୁ ଲାଞ୍ଚ, ପ୍ରଲୋଭନ ଦେବା ଅପରାଧ ହୋଇଥିବାବେଳେ ଏଭଳି ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ । ସମସ୍ତ ଦଳ ଓ ପ୍ରାର୍ଥୀଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେବା ଭଳି ଆଚରଣରୁ ବିରତ ରହିବାକୁ କୁହାଯାଇଛି । ଭୋଟ ଗ୍ରହଣ କେନ୍ଦ୍ରଠାରୁ ୧୦୦ ମିଟର ଭିତରେ ସଭା ଓ ପ୍ରଚାର କରିବା, ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସାଧାରଣ ସଭା କରିବା ଓ ଭୋଟରଙ୍କୁ ଭୋଟ ଗ୍ରହଣ କେନ୍ଦ୍ରକୁ ନେବା ଆଣିବା କରିବା ପାଇଁ ଗାଡ଼ି ବ୍ୟବସ୍ଥା କରିବା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ବୋଲି କୁହାଯାଇଛି ।

ସେହିପରି ‘ସି-ଭିଗିଲ୍‌’ ଆପ ଜରିଆରେ ସାଧାରଣ ଲୋକେ ଅଭିଯୋଗ କରିପାରିବେ । ଏଥିରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ସାଧାରଣ ଜନତା ଅଭିଯୋଗ କରିପାରିବେ । ଏହାଦ୍ବାରା ସାଧାରଣ ଜନତା ସ୍ବତନ୍ତ୍ର ହୋଇ ନିରପେକ୍ଷ ନିର୍ବାଚନ ପରିଚାଳନାରେ ସହଯୋଗ କରିପାରିବେ । ଆଖି ଆଗରେ ଦେଖୁଥିବା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନର ଲାଇଭ ରିପୋର୍ଟ କରିବା ପାଇଁ ଏଥିରେ ଅନୁମତି ଦିଆଯାଇଛି । ଏଥିପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ୧୦୦ ମିନିଟର ସମୟ ସୀମା ଧାର୍ଯ୍ୟ କରାଯାଇଛି । ଏହି ୧୦୦ ମିନିଟ ମଧ୍ୟରେ ଅଭିଯୋଗର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା କରାଯାଇଛି ।

ଇତି ମଧ୍ୟରେ ଏ ପର୍ଯ୍ୟନ୍ତ ୧୦୨ ଟି ଅଭିଯୋଗ ଆସିଥିବାବେଳେ ୨୧୬ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ସିଇଓ ।