ବଢ଼ିଛି କୋଭିସେଲ୍ଫ ହୋମ୍ ଟେଷ୍ଟିଂ କିଟ୍‌ର ଚାହିଦା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଦେଶରେ କରୋନା ଭାଇରସର ଓମିକ୍ରନ୍‌ର ଆବିର୍ଭାବ ପରେ, ଗତ କିଛି ସପ୍ତାହ ମଧ୍ୟରେ କୋଭିସେଲ୍ଫ ମାଇଲ୍ୟାବ୍ ଇଣ୍ଡିଆର ପ୍ରଥମ ଆତ୍ମ-ପରୀକ୍ଷଣ ତଥା ସେଲ୍ଫ-ଟେଷ୍ଟ ଆଣ୍ଟିିଜେନ୍ ଟେଷ୍ଟ କିଟ୍ ପାଇଁ ଚାହିଦାରେ ହଠାତ୍ ବ୍ୟାପକ ବୃଦ୍ଧି ଘଟିଛି। ସେଲ୍ଫ-ଟେଷ୍ଟ କିଟ୍ ଓମିକ୍ରନ୍ ସମେତ କରୋନା ଜୀବାଣୁର ପ୍ରମୁଖ ରୂପ ଚିହ୍ନଟ କରିବାରେ ସକ୍ଷମ ଅଟେ।

ଏହି ଅବସରରେ ମାଇଲ୍ୟାବ୍ ଡିସ୍କଭରୀ ସଲ୍ୟୁସନ୍‌ର ଏମ୍‌ଡି ତଥା ସହ-ପ୍ରତିଷ୍ଠାତା, ହାସମୁଖ ରାୱଲ କହିଛନ୍ତି, କୋଭିସେଲ୍ଫ ସେଲ୍ଫ୍ ଟେଷ୍ଟିଂ କିଟ୍‌ର ଚାହିଦା ୪.୫ ଗୁଣ ବୃଦ୍ଧି ପାଇଛି। ଆମର କୋଭିଡ୍ ଟେଷ୍ଟ୍ କିଟ୍ ପୋର୍ଟଫୋଲିଓର ଉତ୍ପାଦନ କ୍ଷମତା ୨.୪ ନିୟୁତ ୟୁନିଟ୍ ଏବଂ ପରିସ୍ଥିତି ମୁତାବକ ଉତ୍ପାଦନ ବୃଦ୍ଧି ଜାରି ରହିବ।