ଅଟଳ ପେନ୍‌ସନ୍ ଯୋଜନା: ଯୋଡ଼ି ହୋଇଛନ୍ତି ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଉପଭୋକ୍ତା

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷାଜନିତ ପ୍ରମୁଖ କାର୍ଯ୍ୟକ୍ରମ ଅଟଳ ପେନ୍‌ସନ୍ ଯୋଜନା (ଏପିୱାଇ)ରେ ଚଳିତ ଆର୍ଥିକ ବର୍ଷରେ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଉପଭୋକ୍ତା ଯୋଡ଼ି ହୋଇଛନ୍ତି। ଏଥିସହିତ ଯୋଜନାରେ ଅଂଶଧାରକଙ୍କ ସଂଖ୍ୟା ଗତ ୬.୫ ବର୍ଷରେ ମୋଟ ୩.୬୮ କୋଟିକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି।

ଯୋଜନାର ଆରମ୍ଭ ହେବା ପରଠାରୁ ଗୋଟିଏ ଆର୍ଥିକ ବର୍ଷରେ ଏହା ସର୍ବାଧିକ ବୋଲି କହିଛି ମନ୍ତ୍ରଣାଳୟ। ଅନ୍ୟପକ୍ଷରେ ଯୋଜନାରେ ପୁରୁଷ-ମହିଳା ଅନୁପାତରେ ମଧ୍ୟ ୫୬.୪୪ ସୁଧାର ଆସିଛି। ଚଳିତ ଆର୍ଥିକ ବର୍ଷରେ ୧ କୋଟି ଅଂଶଧାରକ ଯୋଡ଼ିବାର ଲକ୍ଷ୍ୟ ରହିଛି ବୋଲି ପେନ୍‌ସନ୍ ଫଣ୍ଡ୍ ନିୟାମକ ଏବଂ ବିକାଶ ପ୍ରାଧିକରଣ (ପିଏଫ୍‌ଆର୍‌ଡିଏ)ର ଅଧ୍ୟକ୍ଷ ସୁପ୍ରତିମ୍ ବନ୍ଦୋପଧ୍ୟାୟ କହିଛନ୍ତି।