୩୬% ବଢ଼ିଛି କୋଇଲା ଉତ୍ପାଦନ

ନୂଆଦିଲ୍ଲୀ,ଏଜେନ୍ସି: ଶକ୍ତି ସଙ୍କଟ ମଧ୍ୟରେ ଦେଶ ଗତି କରୁଥିବା ବେଳେ କୋଇଲା ଉତ୍ପାଦନ ବୃଦ୍ଧି ପାଇଛି। ମେ ମାସର ପ୍ରଥମାର୍ଦ୍ଧରେ କୋଇଲା ଉତ୍ପାଦନ ୩୬% ବୃଦ୍ଧି ପାଇଛି। କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମେ ମାସର ୧୫ ତାରିଖ ସୁଦ୍ଧା ଦେଶରେ ୩୩.୯୪ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ ହୋଇଛି। ବିଗତ ବର୍ଷର ସମାନ ସମୟରେ ୨୪.୯୧ ମିଲିୟନ୍ ଟନ୍‌ର କୋଇଲା ଉତ୍ପାଦନ ହୋଇଥିଲା।

ଉତ୍ପାଦିତ କୋଇଲା ମଧ୍ୟରୁ ୩୭.୧୮ ମିଲିୟନ୍ ଟନ୍ କୋଇଲା ବିଭିନ୍ନ ସାଇଟ୍‌କୁ ପଠାଯାଇଛି। ଯାହାକି ପୂର୍ବବର୍ଷ ତୁଳନାରେ ୧୫.୮୭% ଅଧିକ। ଏହା ସହିତ ଏପ୍ରିଲ ମାସରେ ୨୯.୮୦%ର ଅଭିବୃଦ୍ଧି ସହିତ ୬୭ ମିଲିୟନ୍ କୋଇଲା ଉତ୍ପାଦନ ହୋଇଥିବା କୁହାଯାଇଛି। ଏପ୍ରିଲ୍ ମାସରେ କୋଲ୍ ଇଣ୍ଡିଆ ଲିମିଟେଡ୍ ଏକାକୀ ୫୩.୪୭ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ କରିଛି।