ପାଟଣାଗଡ଼,ଏନ୍ଏନ୍ଏସ୍: ଚଳିତ ବର୍ଷ ପାଟଣାଗଡ଼ ଖପ୍ରାଖୋଲ ଓ ବେଳପଡ଼ା ଅଞ୍ଚଳରେ ବିଭିନ୍ନ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଆଜି ପାଟଣାଗଡ଼ ଉପଜିଲ୍ଲାପାଳ ଅଫିସରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଡକ୍ଟର ବିଜୟା ନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପାଟଣାଗଡ଼ ଯୋଗାଣ ବିଭାଗର ଏସସିଏସଓ ମାୟାଧର ସାହୁ, ଆରଏମସିର ସମ୍ପାଦକ କ୍ଷମାନିଧି ଗଡ଼ତିଆ, ଏଆରସିଏସ ଇନ୍ସପେକ୍ଟର ମିତ୍ରଭାନୁ ବିଶ୍ୱାଳ, ସିଇଓ ଖପ୍ରାଖୋଲ ସିଦ୍ଧାର୍ଥ ମିଶ୍ର, ଅତିରକ୍ତ ତହସିଲଦାର ଧୀରଜ ପାତ୍ର, ଏଆରସିଏସ ଟଙ୍କଧର ନାୟକ, ପାଟଣାଗଡ଼ ଖପ୍ରାଖୋଲ ଓ ବେଳପଡ଼ା ବ୍ଲକର ସମବାୟ ସମିତିର ସମ୍ପାଦକମାନେ ଯୋଗ ଦେଇଥିଲେ । ଏହି ଅବସରରେ ଉପଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଚାଷୀମାନେ କିଭଳି ପେକ୍ସମାନଙ୍କରେ ଅସୁବିଧା ସମ୍ମୁଖୀନ ନହେବେ ସେ ଉପରେ ଉପଜିଲ୍ଲାପାଳ ଉପସ୍ଥିତ ପେକ୍ସ ସମ୍ପାଦକଙ୍କୁ ପରାମର୍ଶ ଦେଇଥିଲେ । ଧାନ ରଖିବା ପାଇଁ ପେକ୍ସମାନଙ୍କରେ ଭିତ୍ତିଭୂମିର ଆବଶ୍ୟକତା ରହିଛି ବୋଲି କହି ଯେଉଁ ପେକ୍ସରେ ଭିତ୍ତିଭୂମି ନାହିଁ ସେ ସବୁ ସ୍ଥାନରେ ସ୍ଥାନ ନିରୂପଣ ପାଇଁ ସମସ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଖୁବଶୀଘ୍ର ଭିତ୍ତିଭୂମି କରାଯିବ ବୋଲି ବୈଠକରେ ଉପସ୍ଥିତ ପେକ୍ସ ସମ୍ପାଦକଙ୍କୁ ଉପଜିଲ୍ଲାପାଳ କହିଥିଲେ ।