ଆମ୍ବୁଲାନ୍ସ-ଟ୍ୟାଙ୍କର ମୁହାଁମୁହିଁ: ୪ ମୃତ

  • ଗୁଣୁପୁର: ଅମ୍ବାଦଳା ଥାନା ମଞ୍ଜୁରିକୁପା ନିକଟ ମୁଖ୍ୟରାସ୍ତା ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘରୋଇ ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ବଲାଙ୍ଗୀର ଜିଲ୍ଲାର। ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସମସ୍ତେ ବିଷମକଟକ ଖ୍ରୀଷ୍ଟିୟାନ ହସ୍ପିଟାଲରେ ଚିକିତ୍ସିତ ହୋଇ ନିଜ ଘରକୁ ଫେରୁଥିଲେ। ଟ୍ୟାଙ୍କରଟି ଝାରସୁଗୁଡାରୁ ଟିକିରି ଅଭିମୁଖେ ଆସୁଥିବାବେଳେ ମୁହାଁମୁହିଁ ଧକ୍କା ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୩ ଜଣ ପୁରୁଷ ରହିଛନ୍ତି। ଘଟଣାସ୍ଥଳରେ ମୁନିଗୁଡା ଏସଡିପିଓ ଓ ଅମ୍ବାଦଳା ପୁଲିସ ପହଞ୍ଚି ତଦନ୍ତ କରୁଛି।