ଜୁଲାଇ ୫ରୁ ୟୁପିରେ ଖୋଲିବ ସିନେମା ହଲ୍

ଲଖନଉ: ୟୁପିରେ କରୋନା ପ୍ରକୋପର ନିୟନ୍ତ୍ରଣକୁ ଦେଖି ଯୋଗୀ ସରକାର ଜୁଲାଇ ୫ରୁ କିଛି କଟକଣା କୋହଳ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ କୋଭିଡ ଗାଇଡଲାଇନ ସହ ଜିମ୍, ଷ୍ଟାଡିୟମ ଓ ସିିନେମା ହଲ୍ ଖୋଲିବାକୁ ଯାଉଛି। କରୋନା ଯୋଗୁ ସିନେମା ହଲ୍ ମାଲିକଙ୍କ ବ୍ୟବସାୟ ଠପ୍ ହୋଇଯାଇଥିବାରୁ ତାଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।

ସୂଚନାନୁଯାୟୀ, ଯୋଗୀ ଆଦିତ୍ୟନାଥ କରୋନାକୁ ନିୟନ୍ତ୍ରଣ କରିବା ଲାଗି ପ୍ରସ୍ତୁତ ହୋଇଥିବା ଟିମ୍-୯ ସହ ଆଜି ବୈଠକ କରିଥିଲେ। ଉକ୍ତ ବୈଠକରେ ରାଜ୍ୟର ସ୍ଥିତିକୁ ଦେଖି କଟକଣା କୋହଳ କରିବାର ନିଷ୍ପତ୍ତି ନିଆଯାଇଛି।