ଓଡ଼ିଶା ପହଞ୍ଚିଲା ୯ଲକ୍ଷ ୪୩ହଜାର କୋଭିସିଲ୍ଡ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୯ଲକ୍ଷ ୪୩ହଜାର କୋଭିସିଲ୍ଡ ଟିକା ଆସି ପହଞ୍ଚିଛି। ଗତକାଲି ୧ଲକ୍ଷ କୋଭିସିଲ୍ଡ ଓ ୧ଲକ୍ଷ ୮୨ ହଜାର କୋଭାକ୍ସିନ ଟିକା ପହଞ୍ଚିଥିଲା।

ସୂଚନାଯୋଗ୍ୟ, ଟିକା ଅଭାବ ଯୋଗୁ ରାଜ୍ୟରେ ୨ଦିନ ହେବ ଟିକାକରଣ ସ୍ୱାଭାବିକ ନଥିଲା। ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ପହଞ୍ଚିବା ପରେ ଏଥର ଟିକାକରଣ ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି।