ଖାଇବା ତେଲ ଦର ତୁରନ୍ତ କମାଇବାକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଖାଇବା ତେଲ ଦର ତୁରନ୍ତ ୧୫ଟଙ୍କା ହ୍ରାସ କରିବାକୁ କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ସଚିବ ନିର୍ଦ୍ଦେଶ ଆଜି ସୁଧାଂଶୁ ପାଣ୍ଡେ ନିର୍ଦ୍ଦେଶ ଦେଇଛନ୍ତି । ମଦର ଡାଏରୀ ସୋୟାବିନ୍ ଏବଂ ରାଇସ୍‌ବ୍ରାନ ତେଲର ମୂଲ୍ୟ ଲିଟର ପିଛା ୧୪ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛି । କମ୍ପାନୀ ଅନୁଯାୟୀ, ନୂତନ ମୂଲ୍ୟର ଉତ୍ପାଦ ଆସନ୍ତା ସପ୍ତାହ ସୁଦ୍ଧା ବଜାରରେ ଉପଲବ୍ଧ ହେବ । ମଦରଡାଏରୀ ଧାରା ବ୍ରାଣ୍ଡ ଅଧୀନରେ ଖାଇବା ତେଲ ବିକ୍ରି କରେ ।

ମୂଲ୍ୟହ୍ରାସ ପରେ, ଧାରା ରିଫାଇନଡ୍ ସୋୟାବିନ୍ ତେଲ (ପଲି ପ୍ୟାକ୍‌) ପାଇଁ ଲିଟର ପିଛା ୧୯୪ଟଙ୍କା ବଦଳରେ ଗ୍ରାହକଙ୍କୁ ଲିଟର ପିଛା ୧୮୦ ଟଙ୍କା ଦେବାକୁ ପଡ଼ିବ ଏବଂ ଧାରା ରିଫାଇନଡ୍ ରାଇସ୍ ବ୍ରାନ୍ (ପଲି ପ୍ୟାକ୍‌) ତେଲର ମୂଲ୍ୟ ୧୯୪ ଟଙ୍କା ହ୍ରାସ ପାଇଛି । ଲିଟର ପିଛା ୧୮୫ ଟଙ୍କା ରହିବ ।
ଆଗାମୀ ୧୫-୨୦ ଦିନ ମଧ୍ୟରେ ସୂର୍ଯ୍ୟମୁଖୀ ତେଲରସର୍ବାଧିକ ରିଟେଲ ମୂଲ୍ୟ ହ୍ରାସ ହେବାର ସମ୍ଭାବନା ରହିଛି ।ମଦରଡାଏରୀ ଜୁନ୍ ୧୬ରେ ଏହାର ଖାଇବା ତେଲର ମୂଲ୍ୟ ଲିଟର ପିଛା ୧୫ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଥିଲା ।

ତୈଳ କମ୍ପାନୀଗୁଡ଼ିକ ମୂଲ୍ୟ କମାଇବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି । ଏହା ବ୍ୟତୀତ ସୋୟାବିନର ମୂଲ୍ୟ ମଧ୍ୟ ହ୍ରାସ ହେବାର ସମ୍ଭାବନା ରହିଛି । ସୋୟାବିନ ବର୍ତ୍ତମାନର ମୂଲ୍ୟ ୬୨୫୦ଟଙ୍କାଠାରୁ କ୍ୱିଣ୍ଟାଲ ପିଛା ୭୫୦ଟଙ୍କା ହ୍ରାସ ପାଇପାରେ ।ବୈଦେଶିକ ବଜାରରେ ଅଶୋଧିତ ପାମୋଲିନ ତେଲ (ସିପିଓ) ଗତ ଏକ ସପ୍ତାହରେ ପ୍ରାୟ ୨୮% ହ୍ରାସ ପାଇଛି ଏବଂ ଏହାର ମୂଲ୍ୟ ବର୍ତ୍ତମାନ ୧ବର୍ଷର ସର୍ବନିମ୍ନ ସ୍ତରରେ ରହିଛି । ଅଶୋଧିତ ସୋୟାବିନ୍ ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କ ହଟାଇବା, ଇଣ୍ଡୋନେସିଆ ଏବଂ ମାଲେସିଆରୁ ସିପିଓ ଏବଂ ପାମୋଲିନ୍ରର ଅଧିକ ଯୋଗାଣ, ମିଲର୍ ଏବଂ ଷ୍ଟକ୍ସିଷ୍ଟଙ୍କଠାରୁ ସୋୟାବିନ୍ ଏବଂ ସୋରିଷର ଦୁର୍ବଳ ଚାହିଦା ଏବଂ ସୂର୍ଯ୍ୟମୁଖୀ ତେଲର ଆମଦାନୀରେ ବୃଦ୍ଧି, ସୋୟାବିନ୍ ମୂଲ୍ୟରେ ହ୍ରାସ ହେବାର ମୁଖ୍ୟ କାରଣ ହୋଇଛି ।