ପେଟ୍ରୋଲ-ଡିଜେଲ ଶସ୍ତା ହୋଇପାରେ!

ନୂଆଦିଲ୍ଲୀ,ଏଜେନ୍ସି: ମୁଦ୍ରାସ୍ଫୀତି ସମୟରେ ପେଟ୍ରୋଲ-ଡିଜେଲ ଦର ହ୍ରାସ ନେଇ ଏକ ଭଲ ସଙ୍କେତ ଦେଖାଯାଉଛି । ଅଶୋଧିତ ତୈଳ ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି । ସର୍ବଭାରତୀୟ ସ୍ତରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ପ୍ରାୟ ୧୦୦ ଡଲାରରେ କାରବାର କରୁଛି । ଏହା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ହେବାର ସମ୍ଭାବନା ସୃଷ୍ଟି କରିଛି । ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଆନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ଉପରେ ଆଧାରିତ ।

ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ସହିତ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ହ୍ରାସ ପାଇପାରେ । ବିଶ୍ୱର ମାନ୍ଦାବସ୍ଥାକୁ ନେଇ ଚିନ୍ତା ବଢ଼ିବା କାରଣରୁ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଉଛି । ଗୁରୁବାରର ବ୍ୟବସାୟରେ ବ୍ରେଣ୍ଟ ତେଲ ବ୍ୟାରେଲ ପିଛା ୧୦୧ଡଲାରରେ କାରବାର କରୁଥିବା ଦେଖାଯାଇଥିଲା । ମଙ୍ଗଳବାର ଏବଂ ବୁଧବାର କାରବାରରେ ଅଶୋଧିତ ତୈଳ ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି ।