ଏସ୍‌ବିଆଇ ପକ୍ଷରୁ ବ୍ୟାଙ୍କ ଦିବସ ପାଳନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍‌ବିଆଇ) ଭୁବନେଶ୍ୱର ମଣ୍ଡଳ ଦ୍ୱାରା ଶୁକ୍ରବାର ୬୭ତମ ବ୍ୟାଙ୍କ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ମହାପ୍ରବନ୍ଧକ ଚନ୍ଦର ଶେଖର ଶର୍ମା ସ୍ଥାୟୀୟ ମୁଖ୍ୟ କାର୍ଯ୍ୟାଳୟରେ ଏକ ବାଲୁକା କଳା ଉନ୍ମୋଚନ କରିଥିଲେ । ଏହାଛଡ଼ା ବ୍ୟାଙ୍କର ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ ଦ୍ୱାରା ଏହାର କର୍ମଚାରୀ ବର୍ଗଙ୍କ ପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ରବିନ୍ଦ୍ର ମଣ୍ଡପ ଠାରେ ଆୟୋଜନ କରାଯାଇଥିଲା ।

ଭୁବନେଶ୍ୱରର ଆକୃତି ଡ୍ୟାନ୍ସ ଗୃପ୍ ଦ୍ୱାରା ବିଭିନ୍ନ ଶାସ୍ତ୍ରୀୟ ଏବଂ ସମ୍ବଲପୁରୀ ଲୋକନୃତ୍ୟ ତତା ଓଲିଉଡ୍‌ର ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପୂର୍ବରୁ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଶର୍ମା ବ୍ୟାଙ୍କକୁ ଉନ୍ନତିର ଏହି ଶିଖରକୁ ପହଞ୍ଚାଇଥିବା ସମସ୍ତ କର୍ମଚାରୀ ଓ ପରିବାରଙ୍କୁ ସେମାନଙ୍କ ଆପ୍ରାଣ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ । ଏପରିକି ନିଜର ଭଲ କାମ ବଜାୟ ରଖି ଗ୍ରାହକଙ୍କୁ ଉନ୍ନତମାନର ସେବା ଯୋଗାଇବା ତଥା ରାଜ୍ୟର ନିଜ ଅଗ୍ରଣୀ ସ୍ଥାନ ବଜୟ ରଖିବାକୁ ଆହ୍ୱାନ ଦେଇଥିଲେ ।