ଋଷୀୟ ଗ୍ୟାସ ନମିଳିବାରୁ ଫ୍ରାନ୍ସରେ ହାହାକାର

ନୂଆଦିଲ୍ଲୀ: ଋଷ କିଛିଦିନ ପୂର୍ବରୁ ୟୁରୋପୀୟ ଦେଶ ପାଇଁ ଗ୍ୟାସ ଯୋଗାଣ କମାଇ ଦେଇଥିଲା । ଫଳରେ ବିଶ୍ୱର ଚତୁର୍ଥ ସୁଦୃଢ଼ ଅର୍ଥବ୍ୟବସ୍ଥା ଯୁକ୍ତ ଦେଶ ଜର୍ମାନୀ ଓ କିଛି ଅନ୍ୟ ଦେଶରେ ଗ୍ୟାସକୁ ନେଇ ଚିନ୍ତା ବଢ଼ିଯାଇଛି । ଏହାକୁ ଦୃଷ୍ଟିରେ ରଖି ଜର୍ମାନୀର ଲୋକଙ୍କୁ ଗ୍ୟାସ ଅଭାବ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଜର୍ମାନୀର ଶକ୍ତି ପରିଚାଳନା ଏଜେନ୍ସି ଲୋକଙ୍କୁ ଗ୍ୟାସ ବଞ୍ଚାଇବାକୁ କହିଛି ।

ସୂଚନାଯୋଗ୍ୟ, ପ୍ରାକୃତିକ ଗ୍ୟାସ କମାଇବାକୁ ନେଇ ଜର୍ମାନୀ ପୂର୍ବରୁ ଋଷ ଉପରେ ଆରୋପ ଲଗାଇଥିଲା । ୟୁରୋପୀୟ ୟୁନିୟନ ଅନ୍ତର୍ଗତ ଅନେକ ଦେଶରେ ଋଷର ଗ୍ୟାସ କାଟ ଯୋଗୁ ଏହାର ଅଭାବ ପରିଲକ୍ଷିତ ହୋଇଛି। ଏହି ସୂଚନା ଇୟୁର ପରିବେଶ ମାମଲାର ମୁଖ୍ୟ ଫ୍ରାନ୍ସ ଟିମରମାନ୍ସ ସୂଚନା ଦେଇଛନ୍ତି ।