ବାହୁଡ଼ା ଯାତ୍ରା ପାଇଁ ସମୟ ନିର୍ଘଣ୍ଟ

  • ପୁରୀ: ୨୦ ତାରିଖରେ ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ ହୋଇଛି। ଦିନ ୧୨ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ଦିନ ୨.୩୦ ପର୍ଯ୍ୟନ୍ତ ପହଣ୍ଡି ଚାଲିବ। ୨.୩୦ରୁ ୩.୩୦ ପର୍ଯ୍ୟନ୍ତ ୩ ରଥରେ ଛେରାପହଁରା ନୀତି ହେବ। ୩ଟାରୁ ୪ଟା ପର୍ଯ୍ୟନ୍ତ ଚାରମାଳ ଫିଟା ଓ ଘୋଡ଼ା ଯୋଚା କାର୍ଯ୍ୟ ହେବ। ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ନେଇ ସମୟ ନିର୍ଘଣ୍ଟ ହୋଇଛି।