ଟିକାକରଣ କାର୍ଯ୍ୟକ୍ରମ ଉଦଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ବେହେରାମାଲସ୍ଥିତ ରାଧାମାଧବ ମଣ୍ଡପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ରାଧାମାଧବ ସଂଘ ତରଫରୁ ଆଜି ଅଫଲାଇନ ଟିକାକରଣ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଟିକାକରଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ଦାସ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କୁ ଟିକା ନେବାକୁ ଆହ୍ୱାନ ଦେଇଛନ୍ତି । ଆଜି ପ୍ରଥମ ଦିନରେ ୨୦୦ ଜଣଙ୍କ ରେଜିଷ୍ଟ୍ରେସନ କରାଯାଇ ଟିକା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଧାମାଧବ ସଂଘ ତରଫରୁ ରଘୁମଣି ପଟେଲ, ପୂର୍ଣ୍ଣଚନ୍ଦ୍ର ମାଫିଦାର, ପବିତ୍ର ବେହେରା, ପ୍ରମୋଦ ମିଶ୍ର, ପ୍ରକାଶ ତ୍ରିପାଠୀ, ବିକାଶ ତ୍ରିପାଠୀ, ପ୍ରତାପ ନନ୍ଦ, ପିଣ୍ଟୁ ପାଢ଼ୀ, ରଞ୍ଜିତ ତ୍ରିପାଠୀ, ମୋହନ କର୍ତ୍ତା, ସୁନୀଲ ବାରିକ, ଦେବରାଜ ମହାରଣା, ଅଜିତ ମେହେର ଓ ରମେଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।