ମୁଣ୍ଡଳୀ ବ୍ରିଜରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

କଟକ,ଏନ୍‌ଏନ୍‌ଏସ୍‌: ମୁଣ୍ଡଳୀ ବ୍ରିଜରୁ ମହାନଦୀକୁ ଡେଇଁ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଖୋଜିଖୋଜି ଆରମ୍ଭ କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନାହିଁ । ଆଠଗଡ଼ ପୁଲିସ ମଧ୍ୟ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିିଛି ।

ମିଳିଥିବା ରିପୋର୍ଟ ମୁତାବକ, ନିଖୋଜ ବ୍ୟକ୍ତି ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ତୁରଂତୁରାର ବିଶ୍ୱଦେବ ଦାସ(୪୧) । ସେ ଶୈଳଶ୍ରୀ ବିହାରରେ ରହି ବ୍ୟବସାୟ କରୁଥିଲେ । ପତ୍ନୀଙ୍କ ସହ ଝଗଡ଼ା କାରଣରୁ ବିଶ୍ୱଦେବ ଆତ୍ମହତ୍ୟା ଉଦ୍ୟମ କରିଥିବା ସମ୍ପର୍କୀୟ କହିଛନ୍ତି । ଘଟଣାସ୍ଥଳରୁ ବିଶ୍ୱଦେବଙ୍କ ଏକ ସ୍କୁଟି, ମୋବାଇଲ ଫୋନ ଓ ମନିପର୍ସ ପୁଲିସ ଜବତ କରିଛି ।ମାଛ ମାରୁଥିବା ଧୀବରମାନେ ଦେଖି ପୁଲିସକୁ ଖବର ଦେଇଥିଲେ । ମହାନଦୀରେ ପାଣିସ୍ରୋତ ଅଧିକ ଥିବାରୁ ଅଗ୍ନିଶମ ବାହିନୀକୁ ଖୋଜିବାରେ ସମସ୍ୟା ହେଉଛି ।