ଉଦୟ ଉମେଶ ଲଲିତ ହେଲେ ଭାରତର ୪୯ତମ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ ଉଦୟ ଉମେଶ ଲଲିତ ଆଜି ଭାରତର ମୁଖ୍ୟ ବିଚାରପତି ରୂପେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ସମୟରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅନେକ କେନ୍ଦ୍ରମନ୍ତ୍ରୀ ଓ ସୁପ୍ରିମକୋର୍ଟ ଜଜ୍ ଉପସ୍ଥିତ ଥିଲେ । ସୁପ୍ରିମକୋର୍ଟର ୪୯ତମ ବିଚାରପତି ଭାବେ ଶପଥ ନେଇଥିବା ଜଷ୍ଟିସ ଲଲିତଙ୍କ କାର୍ଯ୍ୟକାଳ ନଭେମ୍ବର ୮ ପର୍ଯ୍ୟନ୍ତ ରହିବ ।

ସୂଚନାଯୋଗ୍ୟ, ସମ୍ବିଧାନ ପୀଠରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ମାମଲାର ବିଚାର କରିବା ତାଙ୍କର ପ୍ରାଥମିକତା ରହିବ ବୋଲି ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ କହିଛନ୍ତି । ସେଥିପାଇଁ ଅଗଷ୍ଟ ୨୯ରେ ସମ୍ବିଧାନ ପୀଠ ବସିବାକୁ ଯାଉଛି । ଏଥିରେ ଗୋଟିଏ ଗୋଟିଏ କରି ୨୫ଟି ମାମଲାର ଶୁଣାଣି କରାଯିବ ।