ଆର୍ଶୀବାଦ ବେହେରାଙ୍କ ଛାତିରେ ଯନ୍ତ୍ରଣା, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅର୍ଥତତ୍ତ୍ୱ (ଏଟି) ଚିଟଫଣ୍ଡ ମାମଲାରେ ଗିରଫ ହୋଇଥିବା ଓଡ଼ିଶା କ୍ରିକେଟ ଆସୋସିଏସନର ପୂର୍ବତନ ସମ୍ପାଦକ ଆର୍ଶୀବାଦ ବେହେରା ଅସୁସ୍ଥ ହୋଇପଡ଼ିଛନ୍ତି। ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଝାରପଡ଼ା ଜେଲରୁ କ୍ୟାପିଟାଲ ହସପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ସେ ଏକାଧିକ ରୋଗରେ ପୀଡ଼ିତ ଥିବାର ତାଙ୍କୁ କ୍ୟାପିଟାଲ ହସପିଟାଲର ୧୬ ନମ୍ବର କ୍ୟାବିନରେ ରଖାଯାଇ ଚିକିତ୍ସା କରାଯାଉଛି।

ସୂଚନା ଅନୁସାରେ, ଝାରପଡ଼ା ଜେଲରେ ବିଚାରଧିକ କଏଦୀ ଭାବେ ଥିବା ଶ୍ରୀବେହେରା ରବିବାର ଅସୁୂସ୍ଥ ଅନୁଭବ କରିଥିଲେ। ତାଙ୍କୁ ପ୍ରଥମେ ଜେଲ ହସପିଟାଲରେ ଚିକିତ୍ସା କରାଯାଇଥିଲା। ହେଲେ ସେ ଏକାଧିକ ରୋଗରେ ପୀଡିତ ଥିବା ଯଥା ଛାତିରେ ଯନ୍ତ୍ରଣା, ଅଣ୍ଟାରେ ପିଡ଼ା ଓ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖାଦେବାରୁ ତାଙ୍କର ଅଧିକ ଚିକିତ୍ସାର ଆବଶ୍ୟତା ପଡ଼ିଲା।

ପରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ସୋମବାର ସନ୍ଧ୍ୟାରେ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇ ଚିକିତ୍ସା କରାଯାଉଛି।