Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଜିଇଏମ୍ ବ୍ୟବସ୍ଥା ଲାଗୁ ହେଲେ ନିଶ୍ଚିହ୍ନ ହେବ ଓଡ଼ିଶାର ୯୦ଭାଗ ଶିଳ୍ପ ସଂସ୍ଥା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଜିଇଏମ୍ ବ୍ୟବସ୍ଥା ଲାଗୁ ହେଲେ ନିଶ୍ଚିହ୍ନ ହେବ ଓଡ଼ିଶାର ୯୦ଭାଗ ଶିଳ୍ପ ସଂସ୍ଥା

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ର ସରକାର ବର୍ତ୍ତମାନ ସାରା ଦେଶରେ ଗଭର୍ଣ୍ଣମେଣ୍ଟ୍ ଇ-ମାର୍କେଟପ୍ଲେସ୍(ଜିଇଏମ୍) ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହି ବ୍ୟବସ୍ଥାରେ ଯେଉଁ ଶିଳ୍ପ ସଂସ୍ଥାମାନେ ସର୍ବ ନିମ୍ନ ମୂଲ୍ୟରେ ଦ୍ରବ୍ୟ ଯୋଗାଇବେ। ସେହି ଶିଳ୍ପ ସଂସ୍ଥାଗୁଡ଼ିକର ଦ୍ରବ୍ୟକୁ ସରକାର କିଣିବେ। ବର୍ତ୍ତମାନ ଜିଇଏମ୍ ବ୍ୟବସ୍ଥାକୁ ରାଜ୍ୟ ସରକାର ଲାଗୁ କରିବା ଲାଗି ଏକ ସର୍କୁଲାର ଜାରି କରିଛନ୍ତି।

ରାଜ୍ୟରେ ଏହି ଜିଇଏମ୍ ବ୍ୟବସ୍ଥା ଲାଗୁ ହେଲେ ଓଡ଼ିଶାର ପ୍ରାୟ ୩ରୁ ୪ହଜାର କ୍ଷୁଦ୍ର ଶିଳ୍ପ ସଂସ୍ଥା ବନ୍ଦ ଅବସ୍ଥାକୁ ଆସିଯିବ। ଏହି ଶିଳ୍ପ ସଂସ୍ଥାଗୁଡ଼ିକର ପ୍ରାୟ ୩ ଲକ୍ଷ କର୍ମଚାରୀ ଚାକିରି ହରାଇବେ। ସଂସ୍ଥା ସହିତ ପରୋକ୍ଷ ଭାବେ ଜଡ଼ିତ ଥିବା ଲେକେ ମଧ୍ୟ ଜୀବିକା ହରାଇବେ। ତେଣୁ ରାଜ୍ୟରେ ଶିଳ୍ପ ସଂସ୍ଥାଗୁଡ଼ିକ ଦ୍ୱାରା ଯୋଗାଇ ଦିଆଯାଉଥିବା ୮୩ ଓ ୩୭୧ଟି ଏକ୍ସକ୍ଲୁସିଭ୍ ଦ୍ରବ୍ୟ ଉପରୁ ଜିଇଏମ୍ ବ୍ୟବସ୍ଥାକୁ ବାଦ ଦିଆଯାଉ। ଯଦି ରାଜ୍ୟ ସରକାର ଏହି ସମ୍ବେଦଶୀଳ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ନଦେବେ, ତାହାଲେ ରାଜ୍ୟରେ କ୍ଷୁଦ୍ର ଶିଳ୍ପ ସଂସ୍ଥାଗୁଡ଼ିକ ନିଶ୍ଚିହ୍ନ ହୋଇଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ସଂଘ ପକ୍ଷରୁ କୁହାଯାଇଛି।

ଓଡ଼ିଶାରେ ସର୍ବନିମ୍ନ ମୂଲ୍ୟରେ ଶିଳ୍ପ ସଂସ୍ଥାଗୁଡ଼ିର ଦ୍ରବ୍ୟଗୁଡ଼ିକ ଯୋଗାଇବା ଲାଗି ପୁରୁଣା ‘ରେଟ୍ କଣ୍ଟ୍ରାକ୍ଟ ସିଷ୍ଟମ୍’ ଲାଗୁ ହୋଇଛି। ଏହି ପୁରୁଣା ବ୍ୟବସ୍ଥା ବଳରେ ରାଜ୍ୟର ଶିଳ୍ପ ସଂସ୍ଥାଗୁଡ଼ିକ ତାଙ୍କର ଦ୍ରବ୍ୟଗୁଡ଼ିକ ରାଜ୍ୟ ସରକାରଙ୍କୁ ବିକ୍ରି କରିଛନ୍ତି। ହେଲେ ଏହି ନୂଆ ଜିଇଏମ୍ ବ୍ୟବସ୍ଥା ଲାଗୁ ହେବା ଦ୍ୱାରା ବିଭିନ୍ନ ରାଜ୍ୟର ଶିଳ୍ପ ସଂସ୍ଥାମାନେ ସେମାନଙ୍କ ଦ୍ରଗ୍ୟଗୁଡ଼ିକ ଯୋଗାଇବାକୁ ସୁଯୋଗ ପାଇବେ।

ଫଳରେ ଓଡ଼ିଶାର ଶିଳ୍ପ ସଂସ୍ଥାଗୁଡ଼ିକର ଦ୍ରବ୍ୟ ବିକ୍ରି କରିବାକୁ ସୁଯୋଗ ହରାଇବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କ ଏହି ପୁରୁଣା ‘ରେଟ୍ କଣ୍ଟ୍ରାକ୍ଟ ସିଷ୍ଟମ୍’ ଜରିଆରେ ସରକାର ଦ୍ରବ୍ୟଗୁଡ଼ିକ କିଣିଥାନ୍ତି। ଏହି ସିଷ୍ଟମ୍ ଅଧୀନରେ ଡାଇରେକ୍ଟୋରେଟ୍ ଅଫ୍ ଏକ୍ସପୋର୍ଟ ପ୍ରମୋସ୍ନାଲ୍ ଆଣ୍ଡ୍ ମାକେର୍ଟିଂ ସଂସ୍ଥା ରହିଛି। ଏହି ସଂସ୍ଥା ବିଭିନ୍ନ ଦ୍ରବ୍ୟର ଟେଣ୍ଡର ପ୍ରକ୍ରିୟା କରି ସର୍ବନିମ୍ନ ଦର କେତେ ହୋଇପାରିବ, ତାହା ଉପସ୍ଥାପନା କରିଥାଏ। ଏହି ତଥ୍ୟକୁ ଆଧାର କରି ‘ରେଟ୍ କଣ୍ଟ୍ରାକ୍ଟ ସିଷ୍ଟମ୍’ ଜରିଆରେ ଏକ ବର୍ଷ ପାଇଁ ସର୍ବନିମ୍ନ ଦର ସ୍ଥିର କରିଥାଏ। ଏହି ସର୍ବନିମ୍ନ ଦରକୁ ଆଧାର କରି ଶିଳ୍ପ ସଂସ୍ଥାମାନେ ଟେଣ୍ଡର ପ୍ରକ୍ରିୟା ଜରିଆରେ ସରକାରଙ୍କୁ ଦ୍ରବ୍ୟ ଯୋଗାଇଥାନ୍ତି।

ହେଲେ କେନ୍ଦ୍ର ସରକାରଙ୍କ ଏହି ନୂତନ ଜିଇଏମ୍ ବ୍ୟବସ୍ଥାରେ ବର୍ତ୍ତମାନ ୭୨୧ଟି ଦ୍ରବ୍ୟ କିଣିବା ପାଇଁ ବ୍ୟବସ୍ଥା ରଖିଛନ୍ତି। ଏହି ୭୨୧ ମଧ୍ୟରୁ ୮୩ ଦ୍ରବ୍ୟ ଓ ୩୭୧ଟି ଏକ୍ସକ୍ଲୁସିଭ୍ ଦ୍ରବ୍ୟକୁ ବାଦ ଦିଆଯାଉ। ଏନେଇ ଓଡ଼ିଶାର ୯୦ଭାଗ ଶିଳ୍ପ ସଂସ୍ଥା କ୍ଷତିଗ୍ରସ୍ତ ହେବେ। ଏହି ନୂତନ ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କ ଦ୍ୱାରା ଦ୍ରବ୍ୟଗୁଡ଼ିକ କିଣା ବାବଦକୁ କରୁଥିବା ଖର୍ଚ୍ଚର୨୫ ପ୍ରତିଶତ ବଞ୍ଚାଇ ପାରିବେ ବୋଲି ଯୁକ୍ତି ରଖୁଛନ୍ତି।

ରାଜ୍ୟରେ ଏହି ଶିଳ୍ପ ସଂସ୍ଥାଗୁଡ଼ିକ ଦ୍ୱାରା ବର୍ଷକୁ ପ୍ରାୟ ୫ଶହରୁ ୮ଶହ କୋଟିର ଦ୍ରବ୍ୟ କିଣୁଛନ୍ତି। ଯଦି ରାଜ୍ୟ ସରକାର ୨୫ ପ୍ରତିଶତ ବଞ୍ଚାଇବା ପାଇଁ ଲକ୍ଷ୍ୟରଖି ଏହି ନୂତନ ବ୍ୟବସ୍ଥା ଲାଗୁ କରିବେ, ତାହାଲେ ରାଜ୍ୟର କ୍ଷୁଦ୍ର ଶିଳ୍ପ ସଂସ୍ଥାଗୁଡ଼ିକ ବୁଡ଼ିଯିବା ଅବସ୍ଥାକୁ ଆସିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହି ନୂତନ ବ୍ୟବସ୍ଥାରୁ ୮୩ ଦ୍ରବ୍ୟ ଓ ୩୭୧ଟି ଏକ୍ସକ୍ଲୁସିଭ୍ ଦ୍ରବ୍ୟକୁ ବାଦ ଦିଆଯିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ସହିତ ସଂଘ ପକ୍ଷରୁ ଦାବି କରାଯାଇଛି।

ରାଜ୍ୟ ସରକାର ଏହି ସମ୍ବେଦନଶୀଳ ଦିଗପ୍ରତ ଗୁରୁତ୍ୱ ଦେବାକୁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅନୁରୋଧ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘ ସଭାପତି ସ୍ମରଜିତ ମହାନ୍ତି, ଉପସଭାପତି ହିମାଂଶୁ ଶେଖର ମିଶ୍ର, ସମ୍ପାଦକ ଚିରଞ୍ଜୟ ମହାପାତ୍ର, ଦୀପକ କାଜାରିଆ ପ୍ରମୁଖ ଉପସ୍ଥିତ ଥିଲେ।