କରୋନା ଟିକାକରଣ ପାଇଁ ଖର୍ଚ୍ଚ ହୋଇଛି ୧୯,୬୭୫ କୋଟି

ନୂଆଦିଲ୍ଲୀ,ଏଜେନ୍ସି: ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ମାଗଣାରେ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ୨୦ ଡିସେମ୍ବର ସୁଦ୍ଧା ୧୯,୬୭୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ସାଧାରଣ ବଜେଟ୍‌ରେ ସରକାର ଟିକାକରଣ ପାଇଁ ୩୫ ହଜାର କୋଟି ଟଙ୍କାର ଅର୍ଥ ରାଶି ବରାଦ କରିଥିଲେ। ଏକ ସୂଚନା ଅଧିକାର ଆଇନ୍ ବଳରେ ସରକାର ଏହି ତଥ୍ୟ ପ୍ରଦାନ କରିଛନ୍ତି। ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ସମ୍ପୂର୍ଣ୍ଣ ଟିକାକରଣ ପାଇଁ ମୋଟ ୬୭,୧୯୩ କୋଟି ଟଙ୍କା ଖର୍ଚ୍ଚ ହେବାର ଅନୁମାନ କରାଯାଇଛି।