Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଗାନ୍ଧୀଙ୍କୁ ନେଇ ଭିନ୍ନ ରୁଚି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଗାନ୍ଧୀଙ୍କୁ ନେଇ ଭିନ୍ନ ରୁଚି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଇଚ୍ଛା ଓ ନିଷ୍ଠା ଆଗରେ ହାର୍‌ ମାନେ ସବୁକିଛି। ନିଷ୍ଠାର ସହ କିଛି କଲେ ତାହା ରୁଚିରେ ପରିଣତ ହୋଇଯାଏ। ଆଉ ସେହି ରୁଚି ହିଁ ଆଣିଦିଏ ସ୍ୱତନ୍ତ୍ର ପରିଚୟ। ଏଭଳି କିଛି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା  ଜଣେ ବ୍ୟକ୍ତି ବିଶେଷ ଏବେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆରମ୍ଭ କରିଛନ୍ତି କିଛି ଭିନ୍ନ ଜିନିଷ ସଂଗ୍ରହ। ଡାକ ଟିକେଟ୍, ଦିଆସିଲି ଖୋଳ, ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ପର୍କିତ ପୁସ୍ତକ ଓ ଖବର କାଗଜ ଆଦି ସଂଗ୍ରହ କରିଥିବା ଏହି  ବ୍ୟକ୍ତି ବିଶେଷ ଜଣକ ହେଉଛନ୍ତି ସୁଜିତ୍‍ ପଟ୍ଟନାୟକ। ନିଶା ତାଙ୍କର ଓଡ଼ିଶା ଓ ଓଡ଼ିଶା ନାଁ ଥିବା ଓ ବିଦେଶର ବିଭିନ୍ନ ଦିଆସିଲି ସଂଗ୍ରହ କରିବା। ବୟସ ୬। ଘର କେଉଁଝର ଜିଲ୍ଲା। ୧୯୮୩ରୁ ଠିକ୍ ଭାବେ ଆରମ୍ଭ କରିଦେଇଥିଲେ ସଂଗ୍ରହ। ଏବେ ସୁଜିତ୍ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ୧୨ଟି ଭାଷାରେ ଗାନ୍ଧୀଜୀଙ୍କ ସମ୍ପର୍କରେ ପ୍ରକାଶିତ ୧୫୦ଟି ଖବରକାଗଜ ଓଗାନ୍ଧୀଜୀଙ୍କ ଜୀବନୀ ସମ୍ପର୍କିତ ପୁସ୍ତକ ସଂଗ୍ରହ କରିଛନ୍ତି। ଏଥିରେ ରହିଛି ମରାଠୀ, କାନାଡ଼ା, ତେଲୁଗୁ, ଗୁଜରାଟୀ, ବଙ୍ଗାଳି, ଓଡ଼ିଆ, ମାଲାୟାଲମ୍, ଉର୍ଦ୍ଦୁ, ପଞ୍ଜାବୀ, ହିନ୍ଦୀ, ଇଂରାଜୀ ଓ ତାମିଲ୍ ଭାଷାଭାଷୀ। ଏହାସହିତ ଗାନ୍ଧୀଜୀଙ୍କର ୧୫୦ଟି ଫଟୋଚିତ୍ର ଏବଂ ଗାନ୍ଧୀଜୀଙ୍କ ଫଟୋ ଥିବା ୧୫୦ଟି ପେନ୍‌ସିଲ ସଂଗ୍ରହ କରିଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଗାନ୍ଧୀଜୀଙ୍କ ସମ୍ପର୍କିତ ପ୍ରଥମ ଦିନର ଷ୍ଟାମ୍ପ୍ ୧୫୦ଟି ସଂଗ୍ରହ କରିଛନ୍ତି। ଏହି ପୁସ୍ତକରେ ଗାନ୍ଧୀଜୀଙ୍କ ବାଲ୍ୟକାଳଠାରୁ ଶେଷ ଜୀବନ ପର୍ଯ୍ୟନ୍ତ ଦେଶ ପାଇଁ ସଂଗ୍ରାମର ବାର୍ତ୍ତା ସହ ତାଙ୍କ ଦୈନିକ ଜୀବନରେ ଖାଦ୍ୟ, ପେୟ ସମସ୍ତ ତଥ୍ୟକୁ ସେ ସଂଗ୍ରହ କରି ରଖିଛନ୍ତି। କେବଳ ସେତିକି ନୁହେଁ ସୁଜିତ୍ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ସମ୍ପର୍କିତ ୧ଶହରୁ ଊଦ୍ଧ୍ୱର୍ ପୁସ୍ତକ ଓ ୨ଶହରୁ ଊର୍ଦ୍ଧ୍ୱ ଫଟୋଚିତ୍ର ସାଇତି ରଖିଛନ୍ତି। ବିଜୁବାବୁଙ୍କର ଏକ ପୁସ୍ତକ ‘ବସୁନ୍ଧରା’କୁ ମଧ୍ୟ ସେ ସାଇତି ରଖିଛନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କୁ ନେଇ ଡାକଟିକେଟ୍ପ୍ରୋଜେକ୍ଟ ମଧ୍ୟ ତିଆରି କରିଛନ୍ତି। ଯାହାକୁ ୨୦୦୮ରେ ଚେନ୍ନାଇରେ ସିଲଭର୍ ବ୍ରୋଞ୍ଜ୍ ମିଳିଥିଲା। ତାଙ୍କ ପାଖରେ ୪ହଜାରୁ ଊର୍ଦ୍ଧ୍ୱ  ଡାକଟିକେଟ୍ ରହିଛି। ଏହାସହିତ ୬ହଜାର ପ୍ରକାରର ଖବରକାଗଜ ରହିଛି, ସେଥିରୁ ସ୍ୱାଧୀନତା ପୂର୍ବର ୫୮୦ପ୍ରକାରର ଓ ୬୧ଟି ବିଦେଶର ଖବରକାଗଜ ରହିଛି। ଏଥିପାଇଁ ସେ ୨୦୧୨ରେ ଲିମ୍କା ବୁକ୍ ଅଫ୍ ରେକର୍ଡ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେସ୍ଥାନ ପାଇଛନ୍ତି। ଏ ସମ୍ପର୍କରେ ସୁଜିତ୍‍ କୁହନ୍ତି ସମସ୍ତେ ନୋଟ୍ଡାକଟିକଟ୍ ଆଦି ସଂଗ୍ରହ କରୁଥିଲେ। ବିଜୁ ବାବୁଙ୍କ ସହ ସର୍କିଟ୍ହାଉସ୍‌ରେ ମିଶିବା ପରଠାରୁ ମୋର ଇଚ୍ଛା ହୋଇଥିଲା ଏବଂ ଏଭଳି ସଂଗ୍ରହ ଆରମ୍ଭ କରିଛି। ଆଗକୁ ଗାନ୍ଧୀଜୀଙ୍କ ୧୫୦ତମଜୟନ୍ତୀ ପାଇଁ ଚାରିଆଡ଼େ ବିଭିନ୍ନ ପ୍ରସ୍ତୁତି ଚାଲିଛି। ଗାନ୍ଧୀଜୀଙ୍କୁ ନେଇ କିଛି ନୂଆ କରିବା ଆଶାରେ ଏଭଳି ପ୍ରୟାସ ଆରମ୍ଭ କରିଛି। ଯାହାକି ଯୁବପିଢ଼ିଙ୍କ ପାଇଁ ପ୍ରେରଣା ଯୋଗାଇବ।