Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଗୋବରରୁ ଉତ୍ପନ୍ନ ହେଉଛି ବିଜୁଳି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଗୋବରରୁ ଉତ୍ପନ୍ନ ହେଉଛି ବିଜୁଳି

ବ୍ୟୁରୋ: ଗୋବରରୁ ହେଉଥିବା ଲାଭ ବିଷୟରେ ସମସ୍ତେ ଜାଣନ୍ତି। ଗୋବରରୁ ବାୟୋଗ୍ୟାସ୍‌, ଗୋବର ଗ୍ୟାସ୍‌, ଖାଦ, ଘଷି ଓ ଦୀପ ଆଦି ତିଆରି ହୁଏ। ସେହିପରି କିଛି ଲୋକ ଗୋବର ଖାଇବା ଯୋଗୁ ହେଉଥିବା ଲାଭ ବିଷୟରେ କହନ୍ତି। ଏତେସବୁ ଉପକାର ପରେ ମଧ୍ୟ ଗୋବରକୁ ନେଇ ଆହୁରି ଏକ ଆଶ୍ଚର୍ଯ୍ୟ ହେବା ପରି ତଥ୍ୟ ଆସିଛି।

ବ୍ରିଟେନର କୃଷକମାନେ ଗାଈର ଗୋବରରୁ ବିଜୁଳିର ବିକଳ୍ପର ଉପାୟ ସୃଷ୍ଟି କରିଛନ୍ତି। କୃଷକଙ୍କ ଏହି ଦଳ ଗୋବରରୁ ଏପରି ପାଉଡର୍ ପ୍ରସ୍ତୁତ କରିଛନ୍ତି ଯେଉଁଥିରୁ ବ୍ୟାଟେରି ତିଆରି କରାଯାଇ ପାରୁଛି। ଏକ କିଲୋଗ୍ରାମ ଗାଈର ଗୋବରରୁ ଏତେ ବିଜୁଳି ତିଆରି କରାଯାଇ ପାରୁଛି ଯେଉଁଥିରୁ ୫ ଘଣ୍ଟା ପର୍ଯ୍ୟନ୍ତ ଭାକ୍ୟୁମ୍ କ୍ଲିନର୍ ଚଲା ଯାଇପାରିବ। ଏହି କାରନାମା ବ୍ରିଟେନ୍‌ର ଅର୍ଲା ଡେୟରୀ ତରଫରୁ କରାଯାଇଛି। ଏହାକୁ କାଓ ପ୍ୟାଟରୀ ନାମ ଦିଆଯାଇଛି। ସବୁଠାରୁ ବଡ଼ କଥା ହେଲା ଏଏ ସାଇଜ୍‌ର ପ୍ୟାଟରିଜ୍‌ରୁ ପାଖାପାଖି ୩ ଘଣ୍ଟା ପର୍ଯ୍ୟନ୍ତ କପଡ଼ାରେ ଆଇରନ୍ ଦେଇହେବ।

ବ୍ୟାଟେରୀ ବିଶେଷଜ୍ଞଙ୍କ ଅନୁସାରେ ଗୋଟିଏ ଗାଈର ଗୋବରରୁ ତିନୋଟି ଘରକୁ ପୂରା ବର୍ଷକ ପାଇଁ ବିଜୁଳି ମିଳି ପାରିବ। ଏହା ବ୍ୟତୀତ ଏକ କି.ଗ୍ରା ଗୋବରରୁ ୩.୭୫ କିଲୋୱାଟ୍ ବିଜୁଳି ଉତ୍ପାଦନ କରିହେବ। ଅର୍ଲା ଡେୟରୀର ଅଧିକାଂଶ କାର୍ଯ୍ୟ ପାଇଁ ଗୋବର ତିଆରି ବିଜୁଳିର ବ୍ୟବହାର କରାଯାଏ। ସେହିପରି ଏଥିରୁ ବାହାରୁ ଥିବା ଅପଶିଷ୍ଟକୁ ଖାଦ ଭାବରେ ବ୍ୟବହାର କରିହେବ।