ସ୍ୱର୍ଗଦ୍ୱାରକୁ ଅପଗ୍ରେଡ କରିବାକୁ ନିଷ୍ପତ୍ତି

ପୁରୀ,ଏନ୍ଏନ୍ଏସ୍: ପୁରୀରେ ସ୍ୱର୍ଗଦ୍ୱାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅପଗ୍ରେଡ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଶେଷ ଯାତ୍ରାରେ ଆସିଥିବା ସମ୍ପର୍କୀୟଙ୍କ ସୁବିଧାକୁ ଗୁରୁତ୍ୱ ଦିଆଯାଇଛି। ସୂଚନା ଅନୁଯାୟୀ ପୁରୀର ଜିଲ୍ଲାପାଳ ବଳବନ୍ତ ସିଂ ଓ ଅତିରିକ୍ତ ଜିଲ୍ଲାପାଳ ୨ମାସ ତଳେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଗସ୍ତ କରିଥିବାବେବେଳେ ମହାପ୍ରସ୍ଥାନମ ଶ୍ମଶାନକୁ ଯାଇ ସମୀକ୍ଷା କରିଥିଲେ। ସେହିପରି ହାଇଦ୍ରାବାଦର ଭିଶେଗାଓଁର ଏକ ଟିମ ପୁରୀର ସ୍ୱର୍ଗଦ୍ୱାରକୁ ଆସି ସମୀକ୍ଷା କରି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏହାକୁ ଭିତ୍ତିକରି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାରକୁ ଅପଗ୍ରେଡ କରିବାକୁ ନିଷ୍ପତ୍ତି ହୋଇଛି। ଯାହାଦ୍ୱାରା

ଶେଷ ଯାତ୍ରାରେ ଯେଉଁମାନେ ଆସୁଛନ୍ତି ତାଙ୍କୁ କୌଣସି ଅସୁବିଧା ନ ହେବ ସେ ନେଇ ଉକ୍ତ ସ୍ଥାନରେ ଏକ ସ୍ଥାୟୀ ଛାତ ନିର୍ମାଣ କରାଯିବ। ସେଠାରେ ଅନ୍ତିମ ସଂସ୍କାର କରାଯିବ। ସେହିପରି ପାର୍କିଂ ଓ ଆମ୍ବୁଲାନ୍ସ ସମସ୍ୟାର ସମାଧାନ କରାଯିବ। ସମ୍ପର୍କୀୟଙ୍କ ପାଇଁ ଅପେକ୍ଷା ଗୃହ ଓ ଶୌଚାଳୟର ବ୍ୟବସ୍ଥା କରାଯିବ, ସ୍ୱର୍ଗଦ୍ୱାର ନିକଟରେ ଚା’ ଓ ଜଳଖିଆ ଦୋକାନ ଖୋଲାଯିବା ଓ ସ୍ୱର୍ଗଦ୍ୱାରକୁ ଦୈନନ୍ଦିନ ସଫା କରାଯିବାକୁ ନିଷ୍ପତ୍ତି ହୋଇଛି।