ତରୁଣ ଶିଳ୍ପୀଙ୍କୁ ପ୍ରତିବର୍ଷ ଦିଆଯିବ ‘ତପୁ ମିଶ୍ର ସ୍ମୃତି ସମ୍ମାନ’

  • ଭୁବନେଶ୍ୱର,ଏନ୍ଏନ୍ଏସ୍: ଯୁବ କଣ୍ଠଶିଳ୍ପୀ ତଥା ସମ୍ଭାବନାର ଅନ୍ୟତମ ପ୍ରତିଷ୍ଠାତା ଟ୍ରଷ୍ଟି ତପୁ ମିଶ୍ରଙ୍କ ଅକାଳ ବିୟୋଗ ହୋଇଛି। ପ୍ରତିବର୍ଷ ଜଣେ ତରୁଣ ସଙ୍ଗୀତ ଶିଳ୍ପୀଙ୍କୁ ତପୁ ମିଶ୍ରଙ୍କ ସ୍ମୃତିରେ ‘ତପୁ ମିଶ୍ର ସ୍ମୃତି ସମ୍ମାନ’ ଦିଆଯିବା ପାଇଁ ଆୟୋଜିତ ସମ୍ଭାବନା ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି। ତାଙ୍କର ଅନ୍ତିମ ସଂସ୍କାର ଶେଷ ହେବା ପରେ ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତା ବୈଠକ ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟର ସଂସ୍ଥାପକ ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ଶେଖର ସାହ, କାର୍ଯ୍ୟକାରୀ ଅଧ୍ୟକ୍ଷ ସୁଦର୍ଶନ ଦାସ, ପରିଚାଳନା ଟ୍ରଷ୍ଟି ଦେବ ପ୍ରସାଦ ପରିଜା ଓ ଟ୍ରଷ୍ଟି ସ୍ମୃତି ମହାନ୍ତି ପ୍ରମୁଖ ଯୋଗଦେଇ ତପୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏପରି ନିଷ୍ପତ୍ତି ନେବା ସହ ଅତିଶୀଘ୍ର ତପୁଙ୍କ ଉପରେ ସମ୍ଭାବନାର ଏକ ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶ ପାଇବ ବୋଲି କହିଥିଲେ। ଏଥିସହ ତପୁଙ୍କ ଅମାୟିକ, ସରଳ ବ୍ୟବହାର ପାଇଁ ସେ ସର୍ବଦା ମନେ ରହିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।