ଫାଇନ୍ ନେଲେ, ସଚେତନ କଲେ, ହେଲମେଟ୍ ଦେଲେ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ମଂଗଳବାର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଚେକିଂ ଚାଲିଛି। ଟ୍ରାଫିକ ଏସିପିଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଲୋକମାନଙ୍କୁ ଗାଡି ଚାଳନା ଓ ଟ୍ରଫିକ୍ ନିୟମ ଉପରେ ସଚେତନତା କରାଇଥିଲେ। ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା। କିନ୍ତୁ ସେମାନଙ୍କ ଠାରୁ ଫାଇନ୍ ଆଦାୟ କରାଯାଇ ପ୍ରତିବଦଳରେ ହେଲମେଟ୍ ଉପହାର ଦେଇଥିଲେ।

ପ୍ରକାଶଯୋଗ୍ୟ, ନୂଆ ମୋଟରଯାନ ଆଇନ ପରେ ଫାଇନ ଆଦାୟକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ରାଜ୍ୟ ସରକାର ଏହି ଆଇନକୁ ୩ମାସ ପାଇଁ କୋହଳ କରିଛନ୍ତି।