ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତକୁ ଫାଶୀ ଦଣ୍ଡ

ଜଗତସିଂହପୁର,ଏନ୍ଏନ୍ଏସ୍: ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ଲବ ମାନ୍ନା ଅଲିୟାସ କାଲିଆକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି। ସ୍ୱତନ୍ତ୍ର କୋର୍ଟ (ଏଡିଜେ) ଡ. ମୁନ୍ ରାଣୀ ମିଶ୍ର ୨୫ ଜଣ ସାକ୍ଷ ପ୍ରମାଣକୁ ନେଇ ମଂଗଳବାର ଅପରାହ୍ନରେ ଅଭିଯୁକ୍ତ ଲବ ମାନ୍ନାକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି।

ଗତ ୨୦୧୮ ମାର୍ଚ୍ଚ ୨୦ ତାରିଖ ଅପରାହ୍ନରେ ଏରସମା ଥାନା ଅନ୍ତର୍ଗତ ଗଡହରିଶପୁର ଗ୍ରାମର ୯ ବର୍ଷର ନାବାଳିକାକୁ ସେହି ଗ୍ରାମର ଲବ ମାନ୍ନା ନିକଟସ୍ଥ କାଜୁ ଜଙ୍ଗଲକୁ ଟେକିନେଇ ଦୁଃଷ୍କର୍ମ ଓ ପରେ ତଣ୍ଟି ଚିପି ହତ୍ୟା କରିଥିଲା । ଏରସମା ପୁଲିସ ଏହି ଘଟଣାରେ ଅଭିଯୁକ୍ତ ଲବ ମାନ୍ନା ବିରୋଧରେ ଦଫା ୩୭୬(୨)(ଆଇ), ୩୭୬(ଏ), ୩୦୨, ୬ ପୋକସୋ ଆକ୍ଟରେ ମାମଲା ରୁଜୁ କରି ତା ୨୧.୩.୨୦‍୧୮ରିଖ ଅଭିଯୁକ୍ତକୁ କଟକ ବାଦାମବାଡିରୁ ଗିରଫ କରି କୋର୍ଟଚାଲଣ କରିଥିଲା।