ରାଜଧାନୀରେ ୨ ଲକ୍ଷରୁ ଅଧିକ ଟଙ୍କାର ଧଳାଜହର ଜବତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମଙ୍ଗଳବାର ଭୁବନେଶ୍ୱର ସ୍ପେଶାଲ ସ୍ୱାଡ୍ ଓ ଖଣ୍ଡଗିରି ଥାନା ପୁଲସ ମିଳିତ ଚଢ଼ଉ କରି ୩୦୦ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ଜଣଙ୍କୁ ଅଟକ କରିଛି।

ପ୍ରକାଶଯୋଗ୍ୟ, କୌଣସି ସୂତ୍ରରୁ ସୂଚନା ପାଇ ସୋମବାର ପୂର୍ବାହ୍ଣରେ ଏହି ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ସନ୍ତୋଷ କୁମାର ପଣ୍ଡାକୁ ପୁଲିସ ଗିରଫ କରିଥିଲା। ତା ନିକଟରୁ ୩୦୦ଗ୍ରାମ ବ୍ରାଉନ ସୁଗର, ଗୋଟିଏ ବାଇକ ଓ ୫ଟି ମୋଇବାଇଲ ଜବତ କରାଯାଇଥିଲା। ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨ଲକ୍ଷ ୧୪ହଜାର ୩୬୦ଟଙ୍କା ହେବ ବୋଲି ପୁଲିସ କହିଛି।

ଏ ନେଇ ଖଣ୍ଡଗିରୀ ଥାନାରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ସମ୍ପୃକ୍ତ ଅଭିଯୁକ୍ତ ସନ୍ତୋଷର ଘର ପୁରୀ ଜିଲ୍ଲା ବଳଙ୍ଗା ଥାନ୍ତା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ। ତା’ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୬ଟି ଡକାୟତି, ରାଜହାନୀ ଭଳି ସଂଗୀନ ମାମଲା ରହିଛି।