ଲାଞ୍ଚ ନେବା ଅଭିଯୋଗରେ ବାଲିଅନ୍ତା ତହସିଲଦାର ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ ଓ ତହସିଲର ଡାଟାଏଣ୍ଟ୍ରି ଅପରେଟର ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ପକ୍ଷରୁ ଦୁହିଁଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

 

ଜମିଜମା ମାମଲାରେ ତହସିଲର ଡାଟାଏଣ୍ଟ୍ରି ଅପରେଟର ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଏଥିସହ ଏହି ଟଙ୍କା ତହସିଲଦାରଙ୍କ ପାଇଁ ନେଉଥିବାରୁ ସୂଚନା ମିଳିଥିଲା। ଏ ନେଇ ତହସିଲଦାରଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାପଡ଼ିଛି।