Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆୟକର ରିଫଣ୍ଡ୍ ସମ୍ବନ୍ଧିତ ଲିଙ୍କଠୁ ଦୂରେଇ ରୁହନ୍ତୁ :ଏସବିଆଇ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆୟକର ରିଫଣ୍ଡ୍ ସମ୍ବନ୍ଧିତ ଲିଙ୍କଠୁ ଦୂରେଇ ରୁହନ୍ତୁ :ଏସବିଆଇ

ନୂଆଦିଲ୍ଲୀ,ଏଜେନ୍ସି: ଆୟକର ରିଫଣ୍ଡ୍ ନାଁ’ରେ ହେଉଥିବା ଠକେଇକୁ ନେଇ ଦେଶର ସର୍ବବୃହତ୍ ଋଣଦାତା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଏହାର ଗ୍ରାହକମାନଙ୍କୁ ସଚେତନ କରାଇଛି। ଟିକସ ରିଫଣ୍ଡ୍ ନାଁ’ରେ ଏପରି ଠକେଇରୁ ବର୍ତ୍ତିବା ଲାଗି ଟିକସ ରିଫଣ୍ଡ୍ ସମ୍ବନ୍ଧରେ ରିକ୍ୟୁଏଷ୍ଟ୍ ପଠାଇବା ପାଇଁ କୁହାଯାଇଥିବା ଏଭଳି କୌଣସି ମେସେଜରେ ଦିଆଯାଇଥିବା ଲିଙ୍କକୁ କ୍ଲିକ୍ ନକରିବା ପାଇଁ ଏସବିଆଇ ଏହାର ଗ୍ରାହକମାନଙ୍କୁ ପରାମର୍ଶ ଦେଇଛି। ଅନେକ ଲୋକଙ୍କୁ ଏଭଳି ଅନେକ ମେସେଜ୍ ଆସିଛି, ଯେଉଁଥିରେ ଦିଆଯାଇଥିବା ଲିଙ୍କକୁ କ୍ଲିକ୍ କରି ଆୟକର ରିଫଣ୍ଡ୍ ସମ୍ବନ୍ଧରେ ସୂଚନା ମିଳିପାରିବ ବୋଲି ଉଲ୍ଲେଖ ରହିଛି। ଏସବିଆଇ ଟ୍ୱିଟରେ ଲେଖିଛି ଯେ, ଯଦି କୌଣସି ଗ୍ରାହକଙ୍କୁ ଆୟକର ବିଭାଗ ନାଁରେ ରିଫଣ୍ଡ୍ ପାଇଁ ଫର୍ମାଲ୍ ରିକ୍ୟୁଏଷ୍ଟ୍ ବା ଔପଚାରିକ ଅନୁରୋଧ କରିବା ଅର୍ଥରେ ଯଦି କୌଣସି ମେସେଜ୍ ଆସେ ଏବଂ ଏହି ଲିଙ୍କକୁ କ୍ଲିକ୍ କରିବାକୁ କୁହାଯାଏ, ତେବେ ଏହାକୁ ଗ୍ରାହକମାନେ ଏଡ଼ାଇଦେବା ଉଚିତ୍ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଠକେଇ ଉଦ୍ଦେଶ୍ୟ ରଖି ଏହି ମେସେଜ୍ ପଠାଯାଉଥିବା କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ନିକଟରେ ଆୟକର ବିଭାଗ ତରଫରୁ ଏଭଳି ଏକ ଚେତାବନୀ ଜାରି କରାଯାଇ ଏଭଳି କୌଣସି ଠକେଇର ଶିକାର ନହେବାକୁ ଟିକସଦାତାଙ୍କୁ କୁହାଯାଇଥିଲା। ପ୍ରକୃତରେ ଆୟକର ବିଭାଗ ରିଫଣ୍ଡ୍ ଜାରି କରିବା ମାତ୍ରକେ ଏହା ସିଧାସଳଖ ଗ୍ରାହକମାନଙ୍କ ଆକାଉଣ୍ଟକୁ ଆସିଯାଏ। ଏଥିସହିତ କୌଣସି ଟିକସଦାତା ଆୟକର ଇ-ଫାଇଲିଂ ପୋର୍ଟାଲରେ ଲଗ୍ ଇନ୍ କରି ନିଜନିଜର ଟିକସ ରିଫଣ୍ଡ୍ ସମ୍ବନ୍ଧରେ ସୂଚନା ହାସଲ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚିତ କରାଯାଇଥିଲା।