Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଦୁର୍ନୀତିର ଶିର୍ଷରେ ଗଣଶିକ୍ଷା ବିଭାଗ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଦୁର୍ନୀତିର ଶିର୍ଷରେ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଓସେପା (ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ) କାର୍ଯ୍ୟାଳୟର କାର୍ଯ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଠାରେ ନିଯୁକ୍ତ କଣ୍ଟ୍ରାକଚୁଆଲ୍ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ବେତନ ସହ ଘର ଭଡ଼ା ମଧ୍ୟ ଦିଆଯାଉଛି। ଏହା ସାଙ୍ଗକୁ ବିଭିନ୍ନ ସମୟରେ ବର୍ଦ୍ଧିତ ଦରମା ମଧ୍ୟ ଦିଆଯାଉଛି। ଯଦି ଏହି ସଂସ୍ଥାରେ ଅସ୍ଥାୟୀ କର୍ମଚାରୀଙ୍କୁ ଏଭଳି ସୁବିଧା ସୁଯୋଗ ମିଳୁଛି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତ ଅସ୍ଥାୟୀ କର୍ମଚାରୀଙ୍କୁ କାହିଁକି ଅଣଦେଖା କରାଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓସେପାରେ ଏଭଳି ମନ ମୁଖି ଖର୍ଚ୍ଚ ଲାଗି ଅର୍ଥ ବିଭାଗର ମଞ୍ଜୁର ମଧ୍ୟ ନାହିଁ। ଯାହାକୁ ଅଡିଟ୍ ବହୁବାର ପ୍ରତିବାଦ ଅଭିଯୋଗ କରିଥିଲେ ହେଁ ମନମୁଖି କାର୍ଯ୍ୟ ବଢ଼ିଚାଲିଛି। ବିଶେଷକରି ଓସେପା କାର୍ଯ୍ୟାଳୟରେ ଥିବା ଆରଟିଇ ସେଲ୍ ସମ୍ପୂର୍ଣ୍ଣ ପଙ୍ଗୁ ପାଲଟିଯାଇଛି। ଯାହାକୁ ନେଇ ଶିକ୍ଷାବିତମାନେ ଅଭିଯୋଗ ଉଠାଇଛନ୍ତି। ସେହିପରି କ୍ୟାଡର ପୋଷ୍ଟରେ ନଥାଇ ମଧ୍ୟ କିଛି ପ୍ରୋଜେକ୍ଟ କର୍ମଚାରୀ ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ପଦନ୍ନତି ଦିଆଯାଇଛି। ସରକାରଙ୍କ ନିୟମ ଅନୁଯାୟୀ, ସରକାରୀ କାର୍ଯ୍ୟାଳୟରେ ଯେଉଁମାନେ ଡେପୁଟେସନରେ ଆସିଥା’ନ୍ତି ସେହି କର୍ମଚାରୀଙ୍କୁ କ୍ୟାଡର ପୋଷ୍ଟରେ ନିଯୁକ୍ତି ମିଳିଥାଏ।

ଏହି ସରକାରୀ କର୍ମଚାରୀଙ୍କ ଲାଗି କେବଳ ପଦୋନ୍ନତିର ବ୍ୟବସ୍ଥା ହୋଇଥାଏ। ମାତ୍ର କୌଣସି ପ୍ରକଳ୍ପରେ ନିଯୁକ୍ତ ପାଇଥିବା କର୍ମଚାରୀଙ୍କୁ ପଦୋନ୍ନତି ଦିଆଯାଇନଥାଏ। ମାତ୍ର ଓସେପାରେ ଜଣେ ବ୍ୟକ୍ତି ପ୍ରକଳ୍ପରେ ନିଯୁକ୍ତ ପାଇଥିବା ବେଳେ ତାଙ୍କୁ କ୍ୟାଡର ପୋଷ୍ଟ ଭଳି ସୁବିଧା ସୁଯୋଗ ଏବଂ ପଦୋନ୍ନତି ମିଳିଛି। ଏପରିକି ଯେଉଁ ପଦବୀରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିଯୁକ୍ତ କରାଯାଇଛି ସେହି ପଦବୀ ଲାଗି ଶିକ୍ଷାଗତ ଯୋଗ୍ୟତା ମଧ୍ୟ ତାଙ୍କର ନାହିଁ ବୋଲି ଅଭିଯୋଗ ହେଉଛି। ଏପରି ଅବ୍ୟପସ୍ଥାକୁ ଆଜି ଅଡିଟିରେ ପ୍ରଶ୍ନ କରାଯାଇ ଅବଜେକସନ କରାଯାଇଥିଲେ ହେଁ ଏଜିଙ୍କ ଅଭିଯୋଗକୁ ରଫାଦଫା କରିବାକୁ ଯୋଜନା କରାଯାଇଛି। ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ ଅଭିଯୋଗ ଅନୁଯାୟୀ, ରାଜ୍ୟରେ ଶିକ୍ଷା ଅଧିକାର ଆଇନ୍ ପ୍ରଣୟନ ହେବା ପରେ ୬ ରୁ ୧୪ବର୍ଷ ବୟସର ପିଲାଙ୍କ ଲାଗି ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି। ବିଶେଷକରି ଶିକ୍ଷା ଅଧିକାର ଆଇନ୍ ବା ରାଇଟ୍ ଟୁ ଏଜୁକେସନ୍ ମାଧ୍ୟମରେ ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ କିପରି ଅଧିକାର ମିଳୁଛି ଏବଂ ସ୍କୁଲ ଗୁଡ଼ିକର ଭିତ୍ତିଭୂମି ଠାରୁ ଆରମ୍ଭ କରି ବିଭିନ୍ନ ମୌଳିକ ଅଧିକାର ପ୍ରଦାନ ହେଉଛି ସେ ଦିଗରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ତେବେ ଆରଟିଇ ବ୍ୟବସ୍ଥା ରହିଥିଲେ ହେଁ ରାଜ୍ୟରେ ଅନେକ ଘରୋଇ ସ୍କୁଲ ବିନା ସ୍ୱୀକୃତି ଚାଲିଛି। ଯାହାକୁ ନେଇ ସମସ୍ୟା ଲାଗି ରହିଛି। ତେବେ ଓସେପା କାର୍ଯ୍ୟାଳୟରେ ଆରଟିଇ ସେଲ୍ ଥିଲେ ହେଁ ତାହା ନଥିବା ସହିତ ସମାନ। ଏହି ସେଲରେ କେଉଁ ଅଧିକାରୀଙ୍କୁ ବିଧିବଦ୍ଧ ଭାବେ ନିଯୁକ୍ତ କରାଯାଇ ନାହିଁ। ଯେଉଁ ଅଧିକାରୀ ସେହି ସେଲରେ କାର୍ଯ୍ୟ କରୁଛନ୍ତି ସେ କେବଳ କାମଚଳା ଅଧିକାରୀ ବୋଲି ଚର୍ଚ୍ଚା ହେଉଛି। ଓସେପାରେ କିଛି ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟରେ ଅନେକ ଘରୋଇ ସ୍କୁଲ ବିନା ସ୍ୱୀକୃତିରେ ଚାଲୁଥିଲେ ହେଁ ଆରଟିଇ ସେଲରେ ନିଯୁକ୍ତ ହୋଇଥିବା ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଆରଟିଇ ଅନୁଯାୟୀ ସ୍କୁଲ ଗୁଡ଼ିକରେ କେଉଁ ସବୁ ସୁବିଧା ବ୍ୟବସ୍ଥା ରହିବା ବାଧ୍ୟତାମୂଳକ ଉଲ୍ଲେଖ ଥିବା ବେଳେ ଯଦି ସ୍କୁଲଗୁଡ଼ିକ ଆରଟିଇ ନିୟମକୁ ଅବମାନନା କରନ୍ତି ତେବେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ସ୍ପଷ୍ଟ ହୋଇନାହିଁ। ଓସେପା କାର୍ଯ୍ୟାଳୟରେ ଆରଟିଇ ସେଲ୍ ଏକପ୍ରକାର ପଙ୍ଗୁ ପାଲଟିଯାଇଛି।

କଣ୍ଟ୍ରାକଚୁଆଲ୍ କର୍ମଚାରୀଙ୍କୁ ମିଳୁଛି ରେଗୁଲାର ବେତନ ସହ ଘର ଭଡ଼ା
ଅର୍ଥ ବିଭାଗର ମଞ୍ଜୁର ନାହିଁ, ଅଡିଟର ଅଭିଯୋଗକୁ ବେଖାତିର

ଏଠାରେ ନିର୍ଦ୍ଦିଷ୍ଟ ଭାବେ କାହାରିକୁ ନିଯୁକ୍ତ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ ହେଉଛି। ପୂର୍ବରୁ ମଧ୍ୟ ଓସେପାର କିଛି ଅଧିକାରୀଙ୍କ କାରନାମାକୁ ନେଇ ଚର୍ଚ୍ଚା ହୋଇଥିବା ବେଳେ ଆଧାର ଉଠାଣ ଏବଂ ବଧିର ପିଲାଙ୍କୁ ଶ୍ରବଣ ଯନ୍ତ୍ର ଯୋଗାଣରେ ବ୍ୟାପକ ହେରଫେର ହେବା ଘଟଣା ଲୋକଲୋଚନକୁ ଆସିଥିଲା। ଏଠାରେ ପ୍ରିୟାପ୍ରୀତିରେ ନିଯୁକ୍ତ ହୋଇଥିବା ଅସ୍ଥାୟୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ସ୍ଥାୟୀ କର୍ମଚାରୀଙ୍କ ଭଳି ସମସ୍ତ ସୁବିଧା ସୁଯୋଗ ଦିଆଯାଉଛି। ମାତ୍ର କାର୍ଯ୍ୟ କିଛି ହେଉନି। ଆରଟିଇ ସେଲ ପକ୍ଷରୁ ସମସ୍ତ ସ୍କୁଲର ତଦାରଖ କରାଯିବା ସହ ପିଲାଙ୍କୁ ସେମାନଙ୍କର ଅଧିକାର ମିଳୁଛି କି ନାହିଁ ସେସବୁର ତଦାରଖ କରିବା ସହ ଶିକ୍ଷା ଅଧିକାର ଆଇନକୁ କିପରି କାର୍ଯ୍ୟକାରୀ କରାଯାଉଛି ସେ ସବୁକୁ ମଧ୍ୟ ଏହି ସେଲରେ ନିଯୁକ୍ତ ସଦସ୍ୟ ଯାଞ୍ଚ କରିବା କଥା। ମାତ୍ର ଏଠାରେ ନିଯୁକ୍ତ ଅଧିକାରୀ ତାଙ୍କ କାର୍ଯ୍ୟରୁ ବାହାରେ ବୋଲି ଅଭିଯୋଗ ହେଉଛି। ଏପରିକି ଏହି ସେଲରେ ନିଯୁକ୍ତ ଅଧିକାରୀଙ୍କୁ କୌଣସି ଲିଖିତ ନିର୍ଦ୍ଦେଶ ଦିଆଯାଇ ନାହିଁ, କେବଳ ମୌଖିକ ଭାବେ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶୁଣିବାକୁ ମିଳୁଛି। ତେଣୁ ଏଠାରେ ଅନାବଶ୍ୟକ ଭାବେ ଏପରି ନିଯୁକ୍ତ ଦିଆଯାଇ ଲକ୍ଷାଧିକ ଅର୍ଥ ବ୍ୟୟ କାହିଁକି ହେଉଛି ବୋଲି ଶିକ୍ଷାବିତମାନେ ପ୍ରଶ୍ନ ଉଠାଇଛନ୍ତି। ଅପରପକ୍ଷେ ଆରଟିଇ ସେଲରେ ନିଯୁକ୍ତି ପାଇଥିବା ଅଧିକାରୀ ନିଜ କାର୍ଯ୍ୟ ନକରି କମ୍ୟୁନିଟି ମୋବିଲାଇଜେସନ୍ ଅଧିନରେ ସ୍କୁଲ ଡେଭଲପମେଣ୍ଟ୍ , ସ୍କୁଲ ମ୍ୟାନେଜମେଣ୍ଟ କମିଟି ସଦସ୍ୟଙ୍କୁ ତାଲିମ୍ ଦେବା ଲାଗି ଯେଉଁ ସବୁ କାର୍ଯ୍ୟକ୍ରମ ହେଉଛି ସେହି କାର୍ଯ୍ୟକୁ କରିବା ଲାଗି ଅଧିକାରୀ ଜଣଙ୍କ ଅଧିକ ଇଛା ପ୍ରକଟ କରୁଛନ୍ତି।

ଏପରିକି ମନଇଛା ଏହି ପ୍ରଶିକ୍ଷଣ କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି। ଫଳରେ ଏହି କାର୍ଯ୍ୟଲାଗି ଯେଉଁ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି ସମ୍ପୃକ୍ତ ଅଧିକାରୀ କିଛି ନକରି ଖାଲି ବସି ଦରମା ନେଉଛନ୍ତି। ସେହିପରି ଓସେପାର ଆସିଷ୍ଟାଣ୍ଟ ଡାଇରେକ୍ଟର ପ୍ଲାନିଂ ପଦବୀ ହେଉଛି ଏକ କ୍ୟାଡର ପୋଷ୍ଟ। ଫଳରେ ଏଠାକୁ ଯେଉଁମାନେ ଡେପୁଟେସନରେ ଆସିଥାନ୍ତି ସମ୍ପୃକ୍ତ କର୍ମଚାରୀଙ୍କୁ ଏହି ପଦବୀରେ ନିଯୁକ୍ତ କରିବା ଲାଗି ନିୟମ ରହିଛି। ଏହା ବ୍ୟତୀତ ଏହି ପଦବୀ ଲାଗି ଶିକ୍ଷାଗତ ଯୋଗ୍ୟତା ପିଏଚଡି ଥିବା ଅଧିକାରୀଙ୍କୁ ଥଇଥାନ କରିବା ମଧ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ସମ୍ପୃକ୍ତ ପଦବୀରେ କ୍ୟାଡର ପୋଷ୍ଟର ଅଧିକାରୀଙ୍କୁ ନିଯୁକ୍ତ ନଦେଇ ପ୍ରୋଜେକ୍ଟ ଷ୍ଟାଫ୍ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ଥଇଥାନ କରାଯାଇଛି। ଏହା ବ୍ୟତୀତ ଯେଉଁ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି ତାଙ୍କର ମଧ୍ୟ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନାହିଁ। କିଛି ଉଚ୍ଚ ପଦସ୍ଥ କର୍ମଚାରୀଙ୍କୁ ଲାଞ୍ଚ ଦେଇ ଏପରି ନିଯୁକ୍ତି ଦିଆଯାଇଛି ବୋଲି ମଧ୍ୟ ହେଉଛି। ଏହାବ୍ୟତୀତ ଏଠାରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ମାସିକ ଲକ୍ଷାଧିକ ଟଙ୍କା ଦରମା ପ୍ରଦାନ କରାଯାଉଥିବା ବେଳେ ତାକୁ ମଧ୍ୟ ଏଜି ଅବଜେକସନ୍ କରିଥିଲେ। ଏହି କାର୍ଯ୍ୟାଳୟରେ ବ୍ୟାପକ ଅନୀୟମିତତା ହେଉଥିବା ବେଳେ କିଛି ଅନୀୟମିତତାକୁ ଚପାଇବାକୁ କିଛି ଅଧିକାରୀମାନେ ପ୍ରୟାସ କରୁଛନ୍ତି। ତେଣୁ ଗଣଶିକ୍ଷା ବିଭାଗ ଏ ଦିଗରେ ତଦନ୍ତ କରି ଏପରି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।