Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପ୍ରଥମ ଟି-୨୦ରେ ଇଂଲଣ୍ଡର ସହଜ ବିଜୟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପ୍ରଥମ ଟି-୨୦ରେ ଇଂଲଣ୍ଡର ସହଜ ବିଜୟ

କ୍ରାଏଷ୍ଟଚର୍ଚ୍ଚ ,ଏଜେନ୍ସି : ଇଂଲଣ୍ଡ ତା’ର ଚଳିତ ନ୍ୟୁଜିଲାଣ୍ଡ୍ ଗସ୍ତକୁ ବିଜୟ ସହ ଆରମ୍ଭ କରିଛି। ଦୁଇ ଦଳ ମଧ୍ୟରେ ଶୁକ୍ରବାରଠାରୁ ଏଠାରେ ଆରମ୍ଭ ଟି-୨୦ ସିରିଜ୍ ଆରମ୍ଭ ହୋଇଥିବା ବେଳେ ଏଥିରେ ଇଂଲଣ୍ଡ ୧-୦ରେ ଅଗ୍ରଣୀ ଲାଭ କରିଛି। ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ୍ ପ୍ରଥମେ ବ୍ୟାଟିଂ ସୁଯୋଗ ପାଇ ୫ ୱିକେଟ୍ ବିନିମୟରେ ୧୫୩ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ମାତ୍ର ୩ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଛି। ଦଳର ବିଜୟରେ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ୍ ଜେମ୍ସ ଭିନ୍ସ ୩୮ ବଲରେ ୭ ଚୌକା ଓ ୨ ଛକା ଜରିଆରେ ୫୯ ରନ୍ କରି ମୁଖ୍ୟ ଭୂମିକା ନିର୍ବାହ କରିଥିବାରୁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି।

ନ୍ୟୁଜିଲାଣ୍ଡ୍ ଓପନର ମାର୍ଟିନ୍ ଗପ୍ଟିଲଙ୍କୁ ଦଳୀୟ ସ୍କୋର୍ ୬ ଥିବା ବେଳେ ହରାଇଥିଲା। ଦ୍ୱିତୀୟ ୱିକେଟରେ ଅନ୍ୟତମ ଓପନର କଲିନ୍ ମନରୋ ଓ ଟିମ୍ ସିଫର୍ଟ ୩୩ ରନ୍ ଯୋଡ଼ିବା ପରେ ମୁନରୋ ୧ ଚୌକା ଓ ୨ ଛକା ଜରିଆରେ ୨୧ ରନ୍ କରି ଆଉଟ୍ ହୋଇଥିଲେ। ତୃତୀୟ ୱିକେଟରେ ସିଫର୍ଟ ସାଥୀ ବ୍ୟାଟ୍ସମ୍ୟାନ୍ କଲିନ୍ ଡି’ଗ୍ରାଣ୍ଡହୋମଙ୍କ ସହ ୩୩ ରନ୍ ଯୋଡ଼ିଥିଲେ। ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବାକୁ ଯାଇ ଡି’ଗ୍ରାଣ୍ଡହୋମ୍ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୧୯ ରନ୍ କରି ବିଦାୟ ନେଇଥିଲେ। ପରେ ସିଫର୍ଟ ୨୬ ବଲରେ ଗୋଟିଏ ଲେଖାଏଁ ଚୌକା ଓ ଛକା ଜରିଆରେ ୩୨ ରନ୍ କରି ଆଉଟ୍ ହୋଇଥିଲେ ହେଁ ଅଭିଜ୍ଞ ରସ୍ ଟେଲର୍ ୩୫ ବଲରେ ୩ଟି ଚୌକା ଓ ଗୋଟିଏ ଛକା ସହ ୪୪ ରନ୍ କରିବା ଫଳରେ ଦଳୀୟ ସ୍କୋରକୁ ଦ୍ରୁତତା ମିଳିଥିଲା। ଏହାଛଡ଼ା ଡାରିଲ୍ ମିଚେଲ୍ ମାତ୍ର ୧୭ ବଲ୍ ଖେଳି ଗୋଟିଏ ଚୌକା ଓ ୨ଟି ଛକା ମାଧ୍ୟମରେ ଅପରାଜିତ ୩୦ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ କ୍ରିସ୍ ଜୋର୍ଡାନ୍ ୨ଟି ଏବଂ ସାମ୍ କୁରାନ୍, ଆଦିଲ୍ ରଶିଦ୍ ଓ ପ୍ୟାଟ୍ ବ୍ରାଉନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଇଂଲଣ୍ଡର ଦୁଇ ଓପନର ଜନ୍ନି ବେୟାରଷ୍ଟୋ ଓ ଡେୱିଡ୍ ମାଲାନ୍ ୩୭ ରନ୍ ଯୋଡ଼ି ଭିତ୍ତିଭୂମିକୁ ଦୃଢ଼ କରିଥିଲେ। ୧୧ ରନ୍ କରି ମାଲାନ୍ ଆଉଟ୍ ହୋଇଥିବା ବେଳେ ବେୟାରଷ୍ଟୋ ଆଉଟ୍ ହେବା ପୂର୍ବରୁ ୫ଟି ଚୌକା ଓ ଗୋଟିଏ ଛକା ଜରିଆରେ ୩୫ ରନ୍ କରିଥିଲେ। ଭିନ୍ସ ୫୯ ରନ୍ କରିବା ସହ ବେୟାରଷ୍ଟୋଙ୍କ ସହ ୩୧ ଓ ଅଧିନାୟକ ଇଅନ୍ ମର୍ଗାନଙ୍କ ସହ ତୃତୀୟ ୱିକେଟ୍ ପାଇଁ ୫୪ ରନ୍ ଯୋଡ଼ିଥିଲେ। ମର୍ଗାନ୍ ୨୧ ବଲରେ ୪ଟି ୱିକେଟ୍ ଓ ଗୋଟିଏ ଛକା ସହାୟତାରେ ୩୪ ରନ୍ କରି ଦଳକୁ ୧୮.୩ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ। ତାଙ୍କ ସହ ସାମ୍ ବିଲିଙ୍ଗସ ୧୧ ରନରେ ଅପରାଜିତ ଥିଲେ। ନ୍ୟୁଜିଲାଣ୍ଡ୍ ପକ୍ଷରୁ ମିଚେଲ୍ ସାଣ୍ଟନର୍ ୩ଟିଯାକ ୱିକେଟ୍ ନେଇଥିଲେ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ୩ ତାରିଖରେ ୱେଲିଂଟନଠାରେ ଖେଳାଯିବ।