ମନଇଚ୍ଛା ଅଟୋ ପାର୍କିଂ କଲେ ଗଣିବେ ୧ ହଜାର ଜୋରିମାନା

କଟକ,ଏନ୍ଏନ୍ଏସ୍: କଟକରେ ଟ୍ରାଫିକ୍ ସମସ୍ୟା ଓ ବେଆଇନ୍ ପାର୍କିଂକୁ ନେଇ କଟକ ପୁଲିସ୍ କମିଶନରେଟ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କଟକରେ ଚଳାଚଳ ହେଉଥିବା ଅଟୋ ପାର୍କିଂକୁ ନେଇ ସହରର ବିଭିନ୍ନ ସ୍ଥାନମାନଙ୍କରେ ସ୍ଥାନ ନିରୂପଣ କରାଯାଇଛି। ଏଥରେ ସର୍ବମୋଟ କ୍ଷମତା ୬୭୫ଟି ରହିଛି। ତେବେ ବାଦାମବାଡି ପ୍ରାଇଭେଟ୍ ବସ ଷ୍ଟାଣ୍ଡ ନିକଟରେ ସର୍ବାଧିକ ୬୦ଟି ଓ ସିଡିଏ ମାର୍କେଟରେ ୫୦ଟି ଅଟୋକୁ ପାର୍କିଂ କରିପାରିବେ।

ଆଇନ୍ ଉଲ୍ଲଘଂନ କଲେ ସମ୍ପୃକ୍ତ ଅଟୋ ଚାଳକଙ୍କ ନିକଟରୁ ୧ ହଜାର ଟଙ୍କା ଆଦାୟ କରାଯିବ ବୋଲି ସିପି ପକ୍ଷରୁ ଜାରି ହୋଇଥିବା ନୋଟିସ୍ ରେ କୁହାଯାଇଛି। ତେବେ କଟକ ସହରରେ ଅଟୋ ପାର୍କିଂକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗାମୀ ବାଲିଯାତ୍ରାରେ କିପରି ଟ୍ରାଫିକ୍ ସମସ୍ୟା ଉପୁଜିବ ନାହିଁ, ସେଥିପ୍ରତି ପ୍ରାକ୍ ସତର୍କତା ଅବଲମ୍ବନ କରାଯାଇଛି।